ରାଜନୀତି

ଚର୍ଚ୍ଚାରେ ଦୁଇ ବାପିଙ୍କ ଭବିଷ୍ୟତ: କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିଲେ – Kalinga News

[ad_1]

ଆଶା, ଆଶଙ୍କାରେ ନେତା ଓ କର୍ମୀ

ଜଗତସିଂହପୁର: ନିର୍ବାଚନ ପୂର୍ବରୁ କଂଗ୍ରେସ ହାତ ଛାଡ଼ି ବିଜେଡିରେ ମିଶିଥିଲେ ଜଗତସିଂହପୁର ଜିଲ୍ଲାର ଦୁଇ ହେଭିୱେଟ୍ ନେତା ଚିରଞ୍ଜୀବ(ବାପି) ବିଶ୍ବାଳ ଓ ବାପି ସର୍ଖେଲ। ଦୁଇଜଣଙ୍କୁ ବିଜେଡି ଗୁରୁ ଦାୟିତ୍ବ ବି ଦେଇଥିଲା। ହେଲେ, ନିର୍ବାଚନ ଫଳାଫଳ ଓଲଟପାଲଟ ହେବାପରେ ଏବେ ଦୁଇ ବାପିଙ୍କ ଭବିଷ୍ୟତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଠିକ୍‌ ନିର୍ବାଚନ ଉଷ୍ମତା ଅାରମ୍ଭ ହେବାସମୟରେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ନିଜ ଦଳ ସହିତ ସମ୍ପର୍କ ଛିନ୍ନକରି ବିଜେଡିରେ ‌ଯୋଗଦେଇଥିଲେ। ତାଙ୍କ ସହିତ ଜଗତସିଂହପୁର ପୌରାଞ୍ଚଳର କଂଗ୍ରେସ କାଉନସିଲର୍‌, ପୌରାଧ୍ୟକ୍ଷାଙ୍କ ସ୍ବାମୀ, ସମର୍ଥିତ ସରପଞ୍ଚ, ସମିତିସଭ୍ୟ ବିଜେଡିରେ ମିଶିଥିଲେ ଏବଂ ନିର୍ବାଚନ ପ୍ରଚାରରେ ବି ସାମିଲ୍‌ ହୋଇଥିଲେ। ନିର୍ବାଚନ ପରେ ଚିରଞ୍ଜୀବଙ୍କୁ ରାଜ୍ୟସଭା ପଠାଇବା କିମ୍ବା ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ବସାଇବା ନେଇ ଚର୍ଚ୍ଚା ହେଉଥିଲା। ତେବେ, ଏହି ଚର୍ଚ୍ଚା କେବଳ ମାତ୍ର ଚର୍ଚ୍ଚାରେ ହିଁ ରହିଯାଇଛି।

ସେହିପରି, ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲା ବିଜେଡି। ବାପି ସର୍ଖେଲ୍‌ଙ୍କ ହାତ ଗଢ଼ା ‘ଆମ ପାରାଦୀପ ଆମ ପ୍ରଗତି’ର ପାରାଦୀପ ପୌରାଞ୍ଚଳ କାଉନସିଲର୍‌, ଉପାଧ୍ୟକ୍ଷ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ମାତ୍ର, ପାରାଦୀପ ଆସନ‌ରେ ବିଜେଡି ପରାଜିତ ହେବାପରେ ବାପି ସର୍ଖେଲଙ୍କ ରାଜନୈତିକ ପତିଆରା ଏକପ୍ରକାର କ୍ଷୁଣ୍ଣ ହୋଇଥିବା କୁହାଯାଉଛି। ଏଥିସହିତ ବିଜେଡି ସରକାର ପ୍ରତିଷ୍ଠା ହେଲେ, କୌଣସି ଏକ ଗୁରୁତ୍ବପୂର୍ଣ୍ଣ ହାତେଇବା ନେଇ ସେ ଲକ୍ଷ୍ୟ ରଖିଥିଲେ। ଏବେ ତାହା ଧୂଳିସାତ୍‌ ହୋଇଯାଇଥିବା କୁହାଯାଉଛି।
ଏପରିସ୍ଥଳେ ଦୁଇ ନେତା ବିଜେଡିରେ ରହିବେ ନା କଂଗ୍ରେସକୁ ଫେରିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ହସ୍ତଗତ ସୂଚନାରୁ ଜଣାପଡ଼ିଛି ଯେ ଚିରଞ୍ଜୀବ ଖୁବ୍‌ଶୀଘ୍ର କାଉନସିଲର୍‌, ସମର୍ଥିତ ସରପଞ୍ଚ ଓ କର୍ମୀମାନଙ୍କୁ ନେଇ ଏକ ବୈଠକ କରିବେ ଏବଂ ଏହାପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ। ସେହିପରି ବାପି ସର୍ଖେଲ୍‌ ମଧ୍ୟ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button