ଟିକେ ଟ୍ ଦୌଡ଼: ସମସ୍ତେ ରାଜଧାନୀମୁହାଁ, ତିନି ଦଳର କ୍ଷମତାକେନ୍ଦ୍ରରେ ଗହଳି – Kalinga News

[ad_1]
ସମର୍ଥକଙ୍କ ସହ ପଡ଼ିରହିଛନ୍ତି ଆଶାୟୀ, ଶେଷ ମୁହୂର୍ତ୍ତରେ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ
ଭୁବନେଶ୍ବର: ଗତ ୬ ମାସ ହେଲାଣି ଏପଟ ସେପଟ ହେଉଥିଲେ। କିଛି ଦିନ ନିର୍ବାଚନମଣ୍ଡଳୀରେ, ଆଉ କିଛି ଦିନ ରାଜଧାନୀରେ। ସେଠି କ୍ଷେତ୍ର ପ୍ରସ୍ତୁତ କରୁଥିଲେ, ଏଠି ଶୀର୍ଷ ନେତୃତ୍ବଙ୍କ ପାଖରେ ହାଜିରା ପକାଉଥିଲେ। କିନ୍ତୁ ଏଇ ଦୁଇ ତିନି ଦିନ ହେବ ଚିତ୍ର ବଦଳିଯାଇଛି। ସବୁ ଆଶାୟୀ ଏବେ ରାଜଧାନୀରେ ଡେରା ପକାଇଛନ୍ତି। ଦିନ ରାତି ଏକ କରି ଦେଇଛନ୍ତି ଟିକେଟ୍ ପାଇଁ। ଶେଷ ମୁହୂର୍ତ୍ତରେ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ଟିକେଟ୍ ବଞ୍ଚାଇବାକୁ ବରିଷ୍ଠଙ୍କ ରଣନୀତି ଚାଲିଛି। ନୂଆ ଆଶାୟୀ ବି ରାସ୍ତା ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଏବେ ମାତ୍ ଦେଉଛି ରାଜଧାନୀର ରାଜନୀତି ତାତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ସ୍ଥିତି ସମାନ। ଯଦିଓ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ, ତେବେ ବିଜେପି ଓ କଂଗ୍ରେସ ବି ପଛରେ ନାହାନ୍ତି। ତିନି ଦଳର କ୍ଷମତାକେନ୍ଦ୍ର ନିକଟରେ ଟିକେଟ୍ ପାଇଁ ଭିଡ଼ ଜମୁଛି। କେଉଁ ଦଳରେ କେଉଁ ନେତା ଟିକେଟ୍ ବଣ୍ଟନରେ ଗୁରୁତ୍ବ ରଖୁଛନ୍ତି, ତାହା ବୁଝିବାକୁ ଆଉ ବାକି ନାହିଁ। ତେଣୁ ସେହି ନେତାମାନଙ୍କ ଘରେ ଏବେ ମାଳ ମାଳ ଆଶାୟୀଙ୍କ ଭିଡ଼। ଆଶାୟୀମାନେ ନିଜ ପାଇଁ ଯେତିକି ଲବି କରୁଛନ୍ତି, ନିଜ ଦଳର ପ୍ରତିଦ୍ବନ୍ଦ୍ବୀମାନଙ୍କ ଗତିବିଧି ଉପରେ ଅଧିକ ନଜର ରଖୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ମାର୍ଚ୍ଚ ୧୩ ପରେ ଯେକୌଣସ ସମୟରେ ନିର୍ବାଚନ ତାରିଖ ଘୋଷଣା ହେବ। ଆଉ ଆସନ୍ତା ସପ୍ତାହରେ ହିଁ ଟିକେଟ୍ ଆଶାୟୀଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇ ଦିଆଯିବ। ତେଣୁ ହାତରେ କମ୍ ଦିନ ଥିବାରୁ ସୁଯୋଗକୁ କେହି ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ନିଜ ନିଜ ସମର୍ଥକମାନଙ୍କୁ ଆଣି ଭୁବନେଶ୍ବରରେ ରଖି ଲବି ଚଳାଇଛନ୍ତି। ଏଥିପାଇଁ ଭୁବନେଶ୍ବରର ହୋଟେଲ୍, ଲଜ୍ଗୁଡ଼ିକରେ ଏବେ ଖଚାଖଚ ଭିଡ଼। ଏବେ କ୍ଷେତ୍ର ସ୍ତରରେ ଅଧିକ ସମୟ ଦେଇ ହେଉ ନଥିବାରୁ ସାମାଜିକ ଗଣମାଧ୍ୟମରେ ଆଶାୟୀମାନେ ନିଜର ସ୍ଥିତି ଜାହିର କରିବାରେ ଲାଗିପଡ଼ିଛନ୍ତି। ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ପାଖରେ ସଂପୃକ୍ତ ଜିଲ୍ଲାର ଆଶାୟୀମାନେ ଚକ୍କର କାଟୁଛନ୍ତି। ସମର୍ଥକମାନଙ୍କ ସହ ସେମାନେ ନିଜ ସପକ୍ଷରେ ଲବି ଚଳାଇଛନ୍ତି। ଏହା ବାଦ୍ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ସର୍ବାଧିକ ଗହଳି ଦେଖିବାକୁ ମିଳୁଛି। ତେବେ ଦଳର କ୍ଷମତା କରିଡର୍ରେ ଥିବା ଆଉ କିଛି ନେତା ନିଜକୁ ନିରାପଦ ଦୂରତ୍ବରେ ରଖିବା ପାଇଁ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଦିନବେଳା ଚାଲିଯାଉଥିବା ଦେଖିବାକୁ ମିଳୁଛି। ନବୀନ ନିବାସରେ ୫-ଟି ଅଧ୍ୟକ୍ଷ
ଭି.କେ. ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟିକେଟ୍ ପାଇଁ ଆବେଦନପତ୍ରଟିଏ ନବୀନ ନିବାସରେ ଦାଖଲ କରିବାକୁ କେହି ଭୁଲୁ ନାହାନ୍ତି। ଗତ ତିନି ଚାରି ଦିନ ହେଲା ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ସେହିପରି ଶଙ୍ଖ ଭବନରେ ମଧ୍ୟ ମଝିରେ ମଝିରେ ବୈଠକ ବସୁଛି। ତେବେ ବିଜେଡିର ଟିକେଟ୍ ପ୍ରଦାନ ପାଇଁ ମାନସ ମନ୍ଥନ ଶଙ୍ଖ ଭବନ ଅପେକ୍ଷା ନବୀନ ନିବାସରେ ଅଧିକ ହେଉଛି। ବହୁ ନିର୍ବାଚନମଣ୍ଡଳୀରେ ବିଜେଡିର ଏକାଧିକ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଅଛନ୍ତି, ଯାହା କି ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆଶାୟୀଙ୍କୁ ବୁଝାସୁଝା କରି ଜଣଙ୍କ ଟିକେଟ୍ ଚୂଡ଼ାନ୍ତ କରିବା ଏବେ ଦଳର ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ବିଜେଡିର ଶୀର୍ଷ ନେତୃତ୍ବ ସେହି କାମରେ ଲାଗିଛନ୍ତି। ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ପରେ ଟିକେଟ୍ ସମ୍ପର୍କରେ ଆଶାୟୀଙ୍କୁ ଜଣାଇ ଦିଆଯିବ ଓ ତୃତୀୟ ସପ୍ତାହରେ ବିଧିବଦ୍ଧ ଘୋଷଣା ହେବ।
ବିଜେପିରେ ମଧ୍ୟ ଆଶାୟୀଙ୍କ ଭିଡ଼ ଲାଗିଛି। ପୁଣି ବିଜେଡି ଟିକେଟ୍ ପାଇଁ ଆଶା ରଖିଥିବା କିଛି ନେତା ବିଜେପି ଶିବିର ସହ ବି ଯୋଗାଯୋଗରେ ଅଛନ୍ତି। ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ଟିକେଟ୍ ଲବି ଜୋର୍ଦାର ଚାଲିଛି। ତାହା ସହ ଆଉ କିଛି ବରିଷ୍ଠ ନେତାଙ୍କ ଘରେ ମଧ୍ୟ ଆଶାୟୀମାନେ ଚକ୍କର କାଟୁଛନ୍ତି। କିଛି ନେତା ଦିଲ୍ଲୀ ଯାଇ ସେଠୁ ଟିକେଟ୍ ପକ୍କା କରିବାକୁ ଉଦ୍ୟମ ଚଳାଇଛନ୍ତି। ବିଜେପିର ବଡ଼ କ୍ଷମତାକେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ସର୍ବାଧିକ ଟିକେଟ୍ ଆଶାୟୀଙ୍କ ଭିଡ଼। ଏପରିକି ଶ୍ରୀ ପ୍ରଧାନଙ୍କ ଓଡ଼ିଶା ଗସ୍ତ ବେଳେ ସେମାନେ ତାଙ୍କ ପାଖେ ପାଖେ ରହି ପ୍ରଭାବିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଦଳର ଲୋକସଭା ପ୍ରାର୍ଥୀ ପାଇଁ ସମ୍ଭାବ୍ୟ ତାଲିକା ଦିଲ୍ଲୀ ଯାଇଛି, ସେଠାରେ ଯାଞ୍ଚ କରାଯାଇ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ। ତେବେ ବିଧାନସଭା ପାଇଁ ଏବେ ବି ମାନସ ମନ୍ଥନ ରାଜ୍ୟ ସ୍ତରରେ ଜାରି ରହିଛି। ପୁଣି ଦଳରେ ମିଶ୍ରଣ ପର୍ବ ଜୋର୍ଦାର ଚାଲିଥିବାରୁ ପ୍ରାର୍ଥୀ ଚୂଡ଼ାନ୍ତ ପ୍ରକ୍ରିୟା ବିଳମ୍ବିତ ହେବାର ସମ୍ଭାବନା ରହିଛି। ତେବେ ଦଳର ମୂଳ ଆଶାୟୀମାନେ ନିଜ ନିଜ ବାଟରେ ଉଦ୍ୟମ ଜାରି ରଖିଛନ୍ତି। କଂଗ୍ରେସର ଟିକେଟ୍ ଆଶାୟୀମାନେ ମଧ୍ୟ ପଛରେ ପଡ଼ି ନାହାନ୍ତି। ଯଦିଓ ଅନ୍ ଲାଇନ୍ରେ ଆବେଦନ ପାଇଁ କୁହାଯାଇଥିଲା, ତଥାପି ଟିକେଟ୍ ପାଇଁ ଲବି ନକଲେ ପାଇବା ସମ୍ଭବ ହେବନି ବୋଲି ଆଶାୟୀମାନେ ଭଲ ଭାବେ ଜାଣନ୍ତି। ପିସିସି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତାମାନଙ୍କ ଘରେ ଟିକେଟ୍ ଆଶାୟୀ ଚକ୍କର କାଟୁଛନ୍ତି। ହାତଗଣତି କିଛି ଆସନରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ଥିଲା ବେଳେ ବହୁ ଆସନରେ ଏବେ ଦି ଦଳର ପକେଟ୍ ଭୋଟ୍ ଅଛି। କିଛି ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ବର୍ଷ ବର୍ଷ ଧରି ସଂଗଠନ କରିଛନ୍ତି। ତେଣୁ ସେମାନେ ଟିକେଟ୍ ହାତେଇବା ପାଇଁ ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି।
[ad_2]