ମୁଁ ସକାଳୁ ଉଠିବା ବେଳକୁ ପୁଅ ମରି ସାରିଥିଲା; ପୁଲିସକୁ କହିଲେ ଅଭିଯୁକ୍ତ ସୂଚନା – Kalinga News
[ad_1]
ପାଣାଜୀ: ଗତ କିଛି ଦିନ ହେବ ଗୋଆରେ ଜଣେ ମା’ ନିଜ ୪ବର୍ଷର ପୁଅକୁ ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ବେଙ୍ଗାଲୁରୁରେ ଏକ ଷ୍ଟାର୍ଟଅପ କମ୍ପାନିର ସିଇଓ ଥିବା ଅଭିଯୁକ୍ତ ସୂଚନା ସେଠ୍ ଏଭଳି କରିଥିବା ଜଣାପଡ଼ିଛି। ପୁଅକୁ ନେଇ ଗୋଆ ଆସିଥିବା ସୂଚନା ପ୍ରଥମେ ହୋଟେଲ ରୁମରେ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଲଗେଜରେ ଭର୍ତ୍ତି କରି କର୍ଣ୍ଣାଟକ ବାହାରିଥିଲେ। ପୁଅ ସହ ଆସିଥିବା ସୂଚନା ଏକା ହୋଟେଲରୁ ବାହାରିବା ଦେଖି ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଅଧା ବାଟରେ ସୂଚନାଙ୍କୁ ଅଟକାଇ ତାଙ୍କ ଲଗେଜ୍ ଚେକ୍ କରିବା ପରେ ଭିତରେ ତାଙ୍କ ପୁଅର ମୃତଦେହ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାମୀଙ୍କ ସହ ଚାଲିଥିବା ଝଗଡ଼ା ପାଇଁ ସୂଚନା ଏଭଳି କରିଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ପୁଅକୁ ମାରି ନଥିବା କହିଛନ୍ତି ସୂଚନା। ପଚରାଉଚରା ବେଳେ ସେ କହିଛନ୍ତି ଯେ, ମୁଁ ସକାଳୁ ଉଠି ପୁଅକୁ ଡାକିଥିଲି। ହେଲେ ସେ ଉଠିନଥିଲା। ପରେ ସେ ଆଉ ଏ ଦୁନିଆରେ ନଥିବା ମୁଁ ଜାଣିବାକୁ ପାଇଥିଲି।
ତେବେ ସୂଚନା ଏଭଳି କହିଥିଲେ ବି ପୁଲିସ ପ୍ରକୃତ କାରଣ ଜାଣିବା ପାଇଁ ଏବେ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ପୁଲିସ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ଯେ, ସ୍ବାମୀଙ୍କ ସହ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ପ୍ରତି ରବିବାର ପୁଅକୁ ସ୍ବାମୀଙ୍କ ପାଖକୁ ଛାଡ଼ିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ରାଗିଯାଇ ସୂଚନା ଏଭଳି କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
[ad_2]