ଡାକ୍ତରଖାନାରେ ଭର୍ତ୍ତି ହେଲେ ଅର୍ଜୁନ କପୁର ! – Kalinga News

[ad_1]
ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସିଙ୍ଗହମ୍ ଏଗେନରେ ନଜର ଆସିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅର୍ଜୁନ କପୁର | ସବୁବେଳେ ତାଙ୍କୁ ଦର୍ଶକ ହିରୋ ଭାବେ ଦେଖି ଆସିଥିବା ବେଳେ ଏଥର ପ୍ରଥମ କରି ଖଳନାୟକ ଭାବେ ଦେଖିବେ | ତେବେ ଫିଲ୍ମ ରିଲିଜ ପୂର୍ବରୁ ନିକଟରେ ଅର୍ଜୁନ ଅଷ୍ଟ୍ରିଆର ଏକ ମେଡିକାଲ ହେଲଥ ରିସର୍ଟରେ କିଛି ଦିନ ବିତାଇଥିଲେ। ଅଭିନେତା ବର୍ତ୍ତମାନ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଯାତ୍ରାର କିଛି ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଡାକ୍ତରଖାନା ବେଡରେ ବସିଥିବା ଦେଖିବାକୁ ମିଳିଛି | ଏହି ଫଟୋଟି ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଜୁନ କପୁରଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟେ ଫଟୋରେ ଅଭିନେତାଙ୍କ ହାତରେ ଆଇଭି ଡ୍ରିପ ଲାଗିଥିବା ଦେଖିବାକୁ ମିଳିଛି | ଏହି ସମୟରେ ଅର୍ଜୁନ କପୁର ବିଛଣାରେ ଶୋଇଥିବା ବେଳେ ହସୁଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କର ଏହୋ ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ିଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି |
ଜାତୀୟ ଗଣାମଧ୍ୟମ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଅର୍ଜୁନ ଅସୁସ୍ଥ ନଥିଲେ ବରଂ ଭିଟାମିନ ଥେରାପି ନେଉଥିଲେ | ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି |
[ad_2]




