ଖେଳ ଖବର

ପୁଣି ବିବାଦରେ ପିସିବି: ରାତ୍ରି ଭୋଜନ ନାଁରେ ଚାନ୍ଦା ଆଦାୟ କଲା – Kalinga News

[ad_1]

ପ୍ରଶଂସକଠୁ ପ୍ରବେଶିକା ଦେୟ ନେଲା

ନ୍ୟୁୟର୍କ: ବିବାଦ ପାକିସ୍ତାନ କ୍ରିକେଟ୍‌ ଦଳ ଓ ଏହାର ଖେଳାଳିମାନଙ୍କ ପିଛା ଛାଡ଼ୁନି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଦଳ ପୁଣି ଥରେ ସମାଲୋଚିତ ହୋଇଛି। ପାକିସ୍ତାନର ଖେଳାଳିଙ୍କୁ ନେଇ ନିକଟରେ ଆମେରିକାରେ ଏକ ଘରୋଇ ରାତ୍ରିଭୋଜନ ଆୟୋଜନ କରିଥିଲା ବେଳେ ଏଠାକୁ କିଛି ପ୍ରଶଂସକଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ କରାଯାଇଥିଲା।

ଏଥିରେ ସାମିଲ ହେବା‌ ଲାଗି ୨୫ ଡଲାର (ପାଖାପାଖି ୨୦୮୫ଟଙ୍କା)ର ପ୍ରବେଶିକା ଦେୟ ରହିଥିଲା। ରାତ୍ରି ଭୋଜନ ସମୟର ଏକ ଭିଡିଓକୁ ପାକିସ୍ତାନୀ କ୍ରିକେଟର୍‌ ରସିଦ ଲତିଫ୍‌ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଓ ଖେଳାଳିଙ୍କ ଏଭଳି ଚକିତ କରିଦେବା ଭଳି କାର୍ଯ୍ୟକ୍ରମକୁ ଦେଖି ଅନେକ ପ୍ରଶଂସକ ମଧ୍ୟ ମୁଣ୍ଡରେ ହାତ ଦେଇଛନ୍ତି। କିଛି ପ୍ରଶଂସକ କହିଛନ୍ତି, ଯଦି ପାକିସ୍ତାନ ଖେଳାଳିଙ୍କୁ ଅର୍ଥର ଆବଶ୍ୟକତା ଥିଲା, ତାହେଲେ ପ୍ରବେଶିକା ଦେୟ ଆଉ ଟିକେ ବଢ଼ାଇ ଦେଇଥିଲେ ଠିକ୍ ହୋଇଥାନ୍ତା। ଲତିଫ୍‌ ମଧ୍ୟ ଲେଖିଛନ୍ତି, ସେ ଭେଟିଥିବା କିଛି ଲୋକମାନେ ତାଙ୍କୁ କହିଛନ୍ତି, ପାକିସ୍ତାନୀ ଖେଳାଳିଙ୍କୁ ରାତ୍ରିଭୋଜନ ପାଇଁ ଡକାଇଲେ ପ୍ରଥମ ପ୍ରଶ୍ନ କରାଯାଉଥିଲା ‘‘ତୁମେ କେତେ ଟଙ୍କା ଦେଇପାରିବ?’’ ଏହା ସେମାନଙ୍କ ପାଇଁ ସାଧାରଣ ଘଟଣା ହୋଇଯାଇଛି। ଆମ ସମୟରେ ଦୁଇ ତିନିଟି ରାତ୍ରିଭୋଜନର ବ୍ୟବସ୍ଥା ହେଉଥିଲା, ତାହା ପୁଣି ଔପଚାରିକ ଭାବେ। କିନ୍ତୁ ଏବେ ବିଶ୍ବକପ୍‌ ପାଇଁ ଏହି ରାତ୍ରିଭୋଜନ ଅଧିକ ଚର୍ଚ୍ଚିତ ହୋଇଛି। ତେଣୁ ଖେଳାଳିମାନେ ସାବଧାନ ରହିବା ଉଚିତ। ସେମାନେ ଏହାକୁ ବ୍ୟବସାୟିକ ଦିଗ ଭାବେ ବ୍ୟବହାର କରୁଛନ୍ତି। ଏଭଳି ଆଗକୁ ଆଉ ନକରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button