ଖେଳ ଖବର

ରସିଦ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳ’ ଅଧିନାୟକ – Kalinga News

[ad_1]

ମେଲବର୍ଣ୍ଣ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି। ଏହି ଦଳରେ ଭାରତରୁ ୩ଜଣଙ୍କ ସହ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନରୁ ଦୁଇ ଜଣ ଲେଖାଏଁ, ୱେଷ୍ଟଇଣ୍ଡିଜ୍, ଆମେରିକା, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାରୁ ଜଣେ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଛି। ଏହି ଦଳର ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ‌ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌ଙ୍କ ନାମକୁ ବଛାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରୋହିତଙ୍କୁ ଦଳର ନେତୃତ୍ବ ପ୍ରଦାନ କରାଯାଇ ନାହିଁ। ୱେଷ୍ଟଇଣ୍ଡିଜ୍‌ର ନିକୋଲାସ ପୂରନ, ଆମେରିକାର ଆରୋନ୍‌ ଜୋନ୍ସ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟକ୍ରମରେ ରଖାଯାଇଛି।

ସ୍ପିନ୍ ବୋଲରଙ୍କ ମଧ୍ୟରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌, ବାଂଲାଦେଶ ସ୍ପିନର ରିସାଦ ହୋସେନ୍‌, ଦ୍ରୁତ ବୋଲରଙ୍କ ମଧ୍ୟରେ ଯଶପ୍ରୀତ୍‌ ବୁମ୍‌ରା, ଆନରିକ ନର୍ଖିୟା, ଫଜଲହକ୍‌ ଫାରୁକି ଏହି ଏକାଦଶରେ ଅଛନ୍ତି। ଦଳର ନେତୃତ୍ବ ରସିଦ ଖାନ୍‌ଙ୍କୁ ଦିଆଯାଇଛି। ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚି ସମସ୍ତଙ୍କୁ ପ୍ରଭାବିତ କରିପାରିଛି। ତେଣୁ ଏହାର ପୁରସ୍କାର ଅଧିନାୟକଙ୍କୁ ମିଳିଛି। ଫାରୁକି ମଧ୍ୟ ବିଶ୍ବକପ୍‌ରେ ୧୭ ୱିକେଟ୍‌ ନେଇଥିବାରୁ ତାଙ୍କୁ ଏକାଦଶରେ ରଖାଯାଇଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶ୍ରେଷ୍ଠ ଏକାଦଶ: ରୋହିତ ଶର୍ମା, ଟ୍ରାଭିସ୍‌ ହେଡ୍‌, ନିକୋଲାସ ପୂରନ, ଆରୋନ୍‌ ଜୋନ୍ସ, ମାର୍କସ ଷ୍ଟୋଇନିସ୍‌, ହାର୍ଦିକ ପାଣ୍ଡ୍ୟା, ରସିଦ ଖାନ୍‌ (ଅଧିନାୟକ), ରିସାଦ ହୋସେନ୍‌, ଆନରିକ ‌ନର୍ଖିୟା, ଯଶପ୍ରୀତ୍‌ ବୁମ୍‌ରା, ଫଜଲହକ୍‌ ଫାରୁକି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button