ହାତରେ ଖଣ୍ଡା ଧରି ମୋଦୀ-ଯୋଗୀଙ୍କୁ ହତ୍ୟା ଧମକ ଦେଇ ଭିଡ଼ିଓ କଲେ ଯୁବକ, ପୁଲିସ ପକ୍ଷରୁ ଏଫଆଇଆର ଦାଏର – Kalinga News

[ad_1]
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମାମଲାରେ କର୍ଣ୍ଣାଟକର ୟାଦଗିରିରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ପକ୍ଷରୁ ଏଫଆଇଆର ଦାଏର କରାଯାଇଛି। ମଙ୍ଗଳବାର ଏ ସମ୍ପର୍କରେ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ଥାନୀୟ ସୁରପୁର ପୁଲିସ ଷ୍ଟେସନରେ ଏଫଆଇଆର ଦାଏର ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତ ହାତରେ ଖଣ୍ଡା ଧରି ମୋଦୀ ଏବଂ ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ଏହାର ଭିଡ଼ିଓ ମଧ୍ୟ କରିଥିଲେ। ପରେ ମହମ୍ମଦ ରସୁଲ କାଦାରେ ନାମକ ଏହି ଅଭିଯୁକ୍ତ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। କଂଗ୍ରେସ ସରକାର କ୍ଷମତାକୁ ଆସିଲେ ମୋଦୀ ଏବଂ ଯୋଗୀଙ୍କୁ ଜୀବନରେ ମାରି ଦିଆଯିବ ବୋଲି ସେ ଧମକ ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବିରୋଧରେ ଆଇପିସି ଏବଂ ଅସ୍ତ୍ରଶସ୍ତ୍ର ଧାରା ୫୦୫(୧)(ବି) ଏବଂ ୨୫(୧)(ବି) ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।
[ad_2]