ନିର୍ବାଚନ ଫଳଫଳ ଘୋଷଣା ହେବାପରେ ଟେଲିର ସୀତା ସେୟାର କଲେ ମଜାଳିଆ ଭିଡିଓ – Kalinga News

[ad_1]
ନୂଆଦିଲ୍ଲୀ: ଗତମଙ୍ଗଳବାର ଜୁନ ୪ ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଚଳିତ ନିର୍ବାଚନରେ ଅନେକ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। କିଛି ନେତା ବିପୁଳ ପରିମାଣ ଭୋଟରେ ବିଜୟୀ ହୋଇଥିବା ବେଳେ ଆଉ କିଛି ଟାଣୁଆ ନେତା ଚିତପଟାଙ୍ଗ ମାରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
୨୦୨୪ ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି। ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା, ଅଭିନେତ୍ରୀ ଓ ଖେଳାଳିମାନେ ସୋସିଆଲ ମିଡିଆରେ ଲୋକସଭା ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ସେୟାର କରୁଛନ୍ତି।
ଏହି କ୍ରମରେ ଦୁରଦର୍ଶନର ରାମାୟଣ ସିରିଏଲରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ଚର୍ଚ୍ଚାରେ ରହିଛି।
ଦୀପିକା ଚିଖଲିଆ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଭିଡିଓ ସେୟାର କରି କହିଛନ୍ତି,, ଆପଣମାନେ ଯଦି ଗରମକୁ ନେଇ ଚିନ୍ତାରେ ଅଛନ୍ତି ତେବେ ମୁଁ କଣ କରିପାରିବି।ମୁଁ କଉ ସ୍ୱିଜରଲ୍ୟାଣ୍ଡରେ ଅଛି । ମୁଁ ବି ଚିନ୍ତାରେ ଅଛି।’
ଏହି ଭିଡିଓ ସହିତ ଦୀପିକା ଚିଖଲିଆ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଏହା କେଉଁ ପ୍ରକାରର ଉତ୍ତାପ … ନିର୍ବାଚନ ହେତୁ ଏପରି ହେଉଛି କି ?’
ଦୀପିକା ଚିଖାଲିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
[ad_2]