ମନୋରଞ୍ଜନ

ପୁଅର ଦ୍ବିତୀୟ ପ୍ରି-ୱେଡିଂ ପାର୍ଟିକୁ ଏହି ୨ କଳାକାରଙ୍କୁ ନିମନ୍ତ୍ରଣ କରିନଥିଲେ ଅମ୍ବାନୀ ପରିବାର – Kalinga News

[ad_1]

ମୁମ୍ବାଇ: କିଛିଦିନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନନ୍ତଙ୍କ ବିବାହ ଆସନ୍ତା ଜୁଲାଇରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ହେବ। ବିବାହକୁ ଆଉ କିଛି ଦିନ ବାକି ଥିବା ବେଳେ ଅନନ୍ତ ଅମ୍ବାନି ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ ଆରମ୍ଭ ‌ହୋଇଯାଇଛି। ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନିଆ ପ୍ରି ୱେଡିଂ ସେଲିବ୍ରେସନ ହୋଇଥବା ବେଳେ ବିଶ୍ବର ଅନେକ ଧନୀକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ପ୍ରାୟ ୧୨୦୦ଜଣ ଅତିଥି ପ୍ରି ୱେଡିଂ ସେଲିବ୍ରେସନରେ ଯୋଗ ଦେଇଥିବା ବେଳେ ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମୁକେଶ ଅମ୍ବାନୀ।

ଜାମନଗର ପରେ ଇଟାଲୀରେ ଅମ୍ବାନୀ ପରିବାର ଆଉ ଏକ ପ୍ରି ୱେଡିଂ ସେଲିବ୍ରେସନ କରିଥିଲେ। ମେ’ ୨୯ରୁ ଜୁନ୍ ୧ପର୍ଯ୍ୟନ୍ତ ଏକ କ୍ରୁଜରେ ଅମ୍ବାନୀ ପରିବାର, ସେମାନଙ୍କ ବନ୍ଧୁ ଓ ବଲିଉଡ କଳାକାର ପାର୍ଟି କରିଥିଲେ। ଏବେ ପାର୍ଟି ଶେଷ ହେବା ସହ ସମସ୍ତେ ମୁମ୍ବାଇ ଫେରିଛନ୍ତି। ଏମଧ୍ୟରେ ଖବର ମିଳୁଛି ଯେ, ଅମ୍ବାନୀ ପରିବାର ବଲିଉଡର ୨କଳାକାରଙ୍କୁ ନିମନ୍ତ୍ରଣ କରିନଥିଲେ। ସେ ଦୁହେଁ ହେଉଛନ୍ତି, ଖିଲାଡି କୁମାର ଅକ୍ଷୟ ଓ ମହାନାୟକ ଅମିତାଭ ବଚ୍ଚନ।

KBC: अमिताभ बच्चन ने बताया अक्षय कुमार ने 'वक्त' के सेट पर खुद को लगा ली थी आग, दहल गए थे बिग बी! - kbc 14 amitabh bachchan said akshay kumar set

ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଖବରରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ିନାହିଁ। ଏହା ସହ ଖବରଟି ଯଦି ସତ ତେବେ ଦୁହିଁଙ୍କୁ କାହିଁକି ନିମନ୍ତ୍ରଣ କରାଯାଇନଥିଲା, ତାହା ମଧ୍ୟ ସାମ୍ନାକୁ ଆସିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button