ଖେଳ ଖବର

କୋହଲି, ରୋହିତ ଓ ସୂର୍ଯ୍ୟ ଦଳକୁ ଅକ୍ଷମ କରିଦେଇଛନ୍ତି: ଇରଫାନ ପଠାନ – Kalinga News

[ad_1]


ନୂଆଦିଲ୍ଲୀ: କୋହଲି, ରୋହିତ ଓ ସୂର୍ଯ୍ୟ ଦଳକୁ ଅକ୍ଷମ କରିଦେଇଛନ୍ତି। ଭାରତୀୟ ଦଳ ଏବେ ଟି-୨୦ ବିଶ୍ୱକପ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏଭଳି କହିଛନ୍ତି ବରିଷ୍ଠ କ୍ରିକେଟର ଇରଫାନ ପଠାନ। ଅନେକ ପୂର୍ବତନ କ୍ରିକେଟର ପ୍ଲେଇଂ ଇଲେଭେନକୁ ନେଇ ପ୍ରଶ୍ନ କରିସାରିଥିବା ବେଳେ ଏବେ ବଡ଼ ବଡ଼ ଖେଳାଳି ଭାରତର ପ୍ଲେଇଂ ଇଲେଭେନକୁ ଅକ୍ଷମ କରିଦେଇଥିବା କହିଛନ୍ତି ଇରଫାନ।

ତାଙ୍କ କହିବା ମୁତାବକ, ବର୍ତ୍ତମାନ ଟିମକୁ ବ୍ୟାଟରଙ୍କ ଅପେକ୍ଷା ବୋଲରର ଆବଶ୍ୟକତା ରହିଛି। ଟିମରେ ଅଧିକ ବୋଲର ନାହାନ୍ତି। ବିରାଟ କୋହଲି, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି କ୍ରିକେଟରମାନେ ବୋଲିଂ କରିପାରନ୍ତି ନାହିଁ, ଯାହା ଦଳକୁ ଅକ୍ଷମ କରିଛି। ଯଶ୍ବସୀ ଜୟସୱାଲ ଜଣେ ବହୁତ ଭଲ ଖୋଳାଳି। ସେ ବ୍ୟାଟିଂ ସହିତ ବୋଲିଂ ବି କରିପାରନ୍ତି। ଆମ ଟିମରେ ଅଧିକ ବୋଲର ରହିଥିଲେ ଭଲ ହୋଇଥାନ୍ତା।

ଉଲ୍ଲେଖଯୋଗ୍ୟ, ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନବମ ସଂସ୍କରଣ ରବିବାରଠାରୁ ସମାନ୍ତରାଳ ଭାବେ ଆମେରିକା, ୱେଷ୍ଟଇଣ୍ଡିଜ୍‌ରେ ଆରମ୍ଭ ହୋଇଛି। ୨୦ ଦେଶ ୨୮ ଦିନ ଧରି ଲଢ଼େଇ କରିବା ପରେ ଜୁନ୍ ୨୯ରେ ଏହାର ମେଗା ଫାଇନାଲ୍ ଖେଳାଯିବ। ଆମେରିକାର ୩ ଓ ୱେଷ୍ଟଇଣ୍ଡିଜ୍‌ର ୬ଟି ଷ୍ଟାଡି୍ୟମ୍‌ରେ ମହାଲଢ଼େଇ ହେବ। ମୋଟ ୫୫ ମ୍ୟାଚ୍ ଆୟୋଜିତ ହେବ। ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଗ୍ରୁପ୍, ସୁପର-୮ ଓ ନକ୍‌ଆଉଟ୍ ପଦ୍ଧତିରେ ଖେଳାଯିବ। ୨୦୨୨ରେ ଖେଳାଯାଇଥିବା ଗତ ସଂସ୍କରଣରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଜେତା ହୋଇଥିଲା। ଏଥର କିନ୍ତୁ ଏମାନଙ୍କ ସହ ଏକାଧିକ ନୂଆ ଦାବିଦାର ରହିଛନ୍ତି। ଆୟୋଜକ ଭାବେ ଆମେରିକା ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ। ଅନ୍ୟତମ ଆୟୋଜକ ୱେଷ୍ଟଇଣ୍ଡିଜ୍ ମଧ୍ୟ ତା’ର ପୁରୁଣା ଚମକ ଫେରିପାଇବା ଲକ୍ଷ୍ୟରେ ରହିବ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button