ସ୍ୱାସ୍ଥ୍ୟ

ପାଚିଲା କେଶ ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ମୁଣ୍ଡରେ କେଶ ପାଚିଲେ କଣ କରିବେ ?

ନମସ୍କାର ବନ୍ଧୁଗଣ, କେଶ ପାଚିବା ବା ଧଳା ହେବା ଏକ ବଡ ସମସ୍ୟା ଅଟେ । କାରଣ ଏହି ସମସ୍ୟା ଏବେ ବୟସ ଅନୁଯାୟୀ ନୁହେଁ ବରଂ ବୟସ ପୂର୍ବରୁ ବହୁତ ଦେଖା ଦେବାକୁ ଲାଗିଲାଣି । କମ ବୟସର ପିଲାଙ୍କର ମଧ୍ୟ କେଶ ଧଳା ହୋଇଯାଉଛି । ଯଦି ଆପଣଙ୍କ ଠାରେ ଏହି ସମସ୍ୟା ରହିଛି ତଥା ଆପଣଙ୍କ କେଶ ଜଲ୍ଦି ଧଳା ହୋଇଯାଉଛି ତେବେ ଆପଣ କିଭଳି ଭାବରେ ସେ ପାଚି ଯାଇଥିବା ଧଳା ଚୁଟିକୁ କଳା କରିପାରିବେ ତାହା ସମ୍ପର୍କରେ ଆମେ ଆଜି ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ଆମ ଶରୀରରେ ଏକ କେମିକାଲ ରହିଛି ଯାହାର ନାମ ହେଉଛି ମେଲାନିନ । ଯଦି ଆପଣଙ୍କ ଶରୀରରେ ମେଲାନିନ ବଢିଥାଏ ତେବେ ଏହା ଆପଣଙ୍କ କେଶକୁ କଳା କରି ରଖିଥାଏ । ଆଉ ଯଦିଉ ଏହି ମେଲାନିନର ମାତ୍ରା ଆପଣଙ୍କ ଶରୀରରେ କମିଯାଏ ତେବେ ଆପଣଙ୍କ କେଶ ବହୁତ ଶୀଘ୍ର ଧଳା ହେବାକୁ ଲାଗିଥାଏ ।

ଏହି ମେଲାନିନ ଆପଣଙ୍କ DNA ଉପରେ ନିର୍ଭରଶୀଳ । ଯଦି ଆପଣଙ୍କ ବାପା ମାଆ କିମ୍ବା ଜେଜେ, ଜେଜେ ମାଙ୍କ କେଶ 30 ବର୍ଷ ବା କମ ବୟସରୁ ପାଚିଥାଏ ତେବେ ଆପଣଙ୍କର ମଧ୍ୟ ପାଚିବ ଏହାକୁ ଅଟକାଇବା ପାଇଁ କିଛି ମଧ୍ୟ କରିହେବ ନାହିଁ । ଯଦି ଆପଣଙ୍କ ଶରୀରରେ ମେଲାନିନ କମ ହେବା ପାଇଁ କେଶ ଧଳା ହେଉଥାଏ ତେବେ ଆପଣ ତାହାକୁ ନିୟନ୍ତ୍ରଣ କରିପାରିବେ ।

ଆପଣଙ୍କୁ ବହୁତ ଅଧିକ ତେଲ ଜାତୀୟ ଜିନିଷ ଖାଇବା ଉଚିତ ନୁହେଁ । ଆପଣଙ୍କୁ ଅଧିକ ମାତ୍ରାରେ ସତେଜ ପନିପରିବା ଖାଇବା ଆବଶ୍ୟକ । ଏଥିପାଇଁ ଆପଣ ଅଧିକ ମାତ୍ରାରେ ଗାଜର, ବନ୍ଧା କୋବି ତଥା ସବୁଜ ପାରିବା ଖାଇବା ଭଲ । ଆପଣ ପ୍ରତ୍ୟକ ଦିନ ଦୁଇଟି ଆମଲା ଖାଆନ୍ତୁ । ଏହାକୁ ଆପଣ ଚୋବାଇ ଖାଇପାରିବେ, ଜୁସ କରି ଖାଇପାରିବେ ।

ଆପଣ ନିଜ କେଶରେ ସର୍ବଦା ଘରୋଇ ଦେଶୀ ନଡିଆ ତେଲ ଲଗାନ୍ତୁ । ବଜାରରେ ମିଳୁଥିବା ତେଲ ଲଗାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଆପଣ ନିଜର କେଶକୁ ସଫା କରିବା ପାଇଁ ଆୟୁର୍ବେଦିକ ସାମ୍ପୋର ବ୍ୟବହାର କରିବା ଆବଶ୍ୟକ । ଆପଣଙ୍କ କେଶ ଯଦି ଶୀଘ୍ର ପାଚୁଥାଏ ତେବେ ଆପଣ କୌଣସି ମେଡ଼ିସିନ କିମ୍ବା ବଜାରରରୁ କୌଣସି ଇଆଡୁ ସିଆଡୁ ତେଲ ଆଣି ଲଗାଇବା ବଦଳରେ ବସ ନିଜର ଖାଦ୍ୟପେୟ ଉପରେ କିଛି ଦିନ ଧ୍ୟାନ ଦେଇ ଦେଖନ୍ତୁ ।

ଆପଣଙ୍କ ଧଳା କେଶର ସମସ୍ୟା ଧୀରେ ଧୀରେ କମିବା ପାଇଁ ଲାଗିବ । ଆପଣ ଧର୍ଯ୍ୟ ନ ରଖି ଯଦି ବ୍ୟସ୍ତ ହୋଇ ତୁରନ୍ତ ଫଳ ପାଇବା ପାଇଁ ବଜାରରେ ମିଳୁଥିବା କେମିକାଲକୁ ବ୍ୟବହାର କରନ୍ତି ତେବେ ଆପଣଙ୍କ ଭଲଥିବା ବାକି କେଶ ମଧ୍ୟ ନଷ୍ଟ ହେବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button