ମନୋରଞ୍ଜନ

ଗୋଡ଼- ହୋଇଯାଇଥିଲା ଅଚଳ !… ଡିସଚାର୍ଜ ପରେ ସମସ୍ୟା ବିଷୟରେ କହିଲେ ଅଭିନେତ୍ରୀ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ସପ୍ତାହରେ ଖାଫୁଡ ପଏଜନ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଯେଉଁଠାରେ ଜାନଭୀଙ୍କୁ ୩ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାହ୍ନବୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇଯାଇଥିଲେ | ବର୍ତ୍ତମାନ ଜାହ୍ନବୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଅଭିଜ୍ଞତା ବାଣ୍ଟିଛନ୍ତି।

୩ ଦିନ ଡାକ୍ତରଖାନରେ ରହିବା ପରେ ଏବେ ଘେରରେ ଅଛନ୍ତି ଜାହ୍ନବୀ କପୁର | ଘରକୁ ଫେରିବା ପରେ ତାଙ୍କ ସହ କ’ଣ ହୋଇଥିଲା ସେ ଏକ ସାକ୍ଷାତକାରରେ କହିଛନ୍ତି | ସେ କହିଛନ୍ତି, ଫିଲ୍ମ ‘ ମିଷ୍ଟର ଆଣ୍ଡ ମିସ ମାହି’ ର ପପ୍ରମୋସନ ସମୟରେ ମିଳିନଥିଲା କୌଣସି ବିରତି | ମୁଁ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ସହ ୩ଟି ଗୀତ ମଧ୍ୟ ସୁଟ କରିଥିଲେ | ସେ ଆହୁରି କହିଥିଲେ, ବର୍ତ୍ତମାନ ମଧ୍ୟ ଚାଲିଛି ତାଙ୍କର ଅନ୍ୟ ଏକ ଗୀତ ସୁଟ | ଗୋଟିଏ ମାସ ମଧ୍ୟରେ କ୍ରମାଗତ ଭାବେ କାମ କରିବା ଏବଂ ବିଶ୍ରାମ ନ ମିଳିବା ଯୋଗୁଁ ହଠାତ ମୋ ଦଦେହ ଖରାପ ହୋଇଯାଇଥିଲା |

ଡାକ୍ତରଖାନରେ ୩ ପାଇଁ ଭର୍ତ୍ତି ହେବା ସମୟରେ, ମୁଁ ଠିକ ସେ ଚାଲି ପାରୁନଥିଲି | ବାଥରୁମ ଯିବା ମଧ୍ୟ ମୋ ପାଇଁ କଷ୍ଟସାଧ୍ୟ ହୋଇଯାଇଥିଲା | ଗୋଡ-ହାତ ଅଚଳ ହେଲା ପରି ଲାଗୁଥିଲା | ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୋର ‘ଲିଭର ଏନଜାଇମ’ ଓ ‘ଲିଭର ପ୍ରୋଫାଇଲ’ ବହୁତ ଖରାପ ଥିବା ଜଣାପଡ଼ିଥିଲା। ମୋତେ ବିଶ୍ରାମର ଆବଶ୍ୟକ ଥିବା ଡାକ୍ତର କହିଥିଲେ, ଯାହା ୩ଦିନ ଡାକ୍ତରଖାନାରେ ଥିବା ବେଳେ ମୋତେ ମିଳିଗଲା।”

Related Articles

Leave a Reply

Your email address will not be published. Required fields are marked *

Back to top button