କରଣ ଜୋହର କି ସଲମାନ ନୁହନ୍ତି, ଏଥର ବିଗ୍ ବସ୍ ଓଟିଟିର ଉପସ୍ଥାପକ ହେବେ ଏହି ଅଭିନେତା – Kalinga News

[ad_1]
ମୁମ୍ବାଇ: ବିଗ୍ ବସ୍ ଓଟିଟିର ସିଜନ୍ ୩ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏବେ ଏହାର ନୂଆ ପ୍ରୋମୋ ରିଲିଜ୍ ହୋଇଥିବା ବେଳେ ସୋ’ର ନୂଆ ଉପସ୍ଥାପକ କିଏ ହେବେ ତାହା ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇଆସୁଥିଲା ଯେ, ଅନିଲ କପୁର ବିଗ୍ ବସ୍ ଓଟିଟିର ସିଜନ୍ ୩ର ଉପସ୍ଥାପନା କରିବେ। ବର୍ତ୍ତମାନ ପ୍ରୋମୋ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ସୋ’ର ଉପସ୍ଥାପକଙ୍କ ମୁହଁ ପ୍ରୋମୋରେ ଦିଶୁନଥିଲେ ବି ସ୍ବରରୁ ତାହା ଅନିଲ କପୁରଙ୍କର ବୋଲି ସ୍ପଷ୍ଟ ଜଣାପଡ଼ୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରୋମୋରେ ଅନିଲ କପୁର କହୁଛନ୍ତି ଯେ, ବହୁତ ହୋଇଗଲା ଝାକାସ। ବର୍ତ୍ତମାନ କରିବା କିଛି ଖାସ୍। ଏବେ ଏହି ପ୍ରୋମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କୁହାଯାଉଛି ଯେ, ସଲମାନ ଚଳିତ ବର୍ଷ ବିଗ୍ ବସ୍ ଓଟିଟିର ଉପସ୍ଥାପନା କରିବାକୁ ମନା କରିବାରୁ ଚ୍ୟାନେଲ ଅନିଲ କପୁରଙ୍କୁ ପ୍ରସ୍ତାବ ଦେଇଥିଲା। ଅନିଲ କପୁର, ସଲମାନ ଖାନ ନେଉଥିବା ପାରିଶ୍ରମିକରୁ ୧୦କୋଟି ଟଙ୍କା କମ ନେଇ ଏହି ସୋ’ କରିବାକୁ ରାଜି ହୋଇଥିଲେ। ଖବର ଅନୁଯାୟୀ, ବିଗ୍ ବସ୍ ଓଟିଟିର ଗୋଟାଏ ଅଧ୍ୟାୟ ପାଇଁ ଅନିଲ କପୁର ୨କୋଟି ଟଙ୍କା ପାରିଶ୍ରମିକ ନେବେ। ଏହା ପୂର୍ବରୁ ସଲମାନ ଗୋଟାଏ ଅଧ୍ୟାୟ ପାଇଁ ୧୨କୋଟି ନେଉଥିଲେ।
[ad_2]