୨୪ରେ ଆମେରିକା ଯିବ ପ୍ରଥମ ପର୍ଯ୍ୟାୟ ଭାରତୀୟ ଦଳ – Kalinga News

[ad_1]
ବିଶ୍ବକପ୍ରେ କୋହଲି ଓପନିଂ କରନ୍ତୁ: ଗାଙ୍ଗୁଲି
ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ବକପ୍ ଦଳରେ ଥିବା ଯେଉଁ ଖେଳାଳିମାନେ ଆଇପିଏଲ୍ ପ୍ଲେଅଫ୍କୁ ଯୋଗ୍ୟତା ଅର୍ଜନ ନକରିପାରିବେ, ସେମାନେ ତୁରନ୍ତ ଆମେରିକା ଗସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ କିଛି ଖେଳାଳିଙ୍କ ସହ ପ୍ରଶିକ୍ଷକମାନେ ଆମେରିକା ଯିବେ। ପ୍ଲେଅଫ୍ ଯାଇପାରି ନଥିବା ଅନ୍ୟ ଖେଳାଳିଙ୍କୁ ନେଇ ୨୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ଆରମ୍ଭ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଆଇପିଏଲ୍ ଜରିଆରେ ଯୁବ ଖେଳାଳିଙ୍କ ଦକ୍ଷତାର ବିକାଶ ହୋଇପାରୁଥିବା ବେଳେ ବିଶ୍ବକପ୍ ଖେଳାଳିଙ୍କ ପାଇଁ ମଧ୍ୟ ଭଲ ଅଭ୍ୟାସ ହେଉଥିବା ସେ କହିଛନ୍ତି। ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ଯେଉଁଭଳି ଭାବେ ଖେଳୁଛନ୍ତି, ଯଦି ସେମାନଙ୍କୁ ଯଶପ୍ରୀତ୍ ବୁମ୍ରା ବୋଲିଂ କରିବେ, ବିଶ୍ବକପ୍ ପ୍ରସ୍ତୁତି ପାଇଁ ଏହାଠୁ ବଳି ଭଲ ଅଭ୍ୟାସ କ’ଣ ହୋଇପାରେ ବୋଲି ଶାହ କହିଛନ୍ତି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କ ପ୍ରଦର୍ଶନ ଉପରେ ବିସିସିଆଇ ନଜର ରଖିଛି। ଏବେ ଜାତୀୟ କ୍ରିକେଟ୍ ଏକାଡେମିର ଡାକ୍ତରମାନେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା ଶାହ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିରାଟ କୋହଲି ଭାରତୀୟ ଦଳର ଓପନିଂ କରନ୍ତୁ ବୋଲି ଆଗ୍ରହ ରଖିଛନ୍ତି ପୂବର୍ତନ ଅଧିନାୟକ ସୌରଭ ଗାଙ୍ଗୁଲି। ଆଇପିଏଲ୍ରେ ତାଙ୍କର ପ୍ରଦର୍ଶନକୁ ଦେଖିବା ପରେ ଗାଙ୍ଗୁଲି ପ୍ରଶଂସାରେ ଶତମୁଖ ହୋଇଯାଇଛନ୍ତି। ଏବେ କୋହଲି ନାରଙ୍ଗୀ ଟୋପି ହାତେଇସାରିଛନ୍ତି। ୧୨ ମ୍ୟାଚ୍ରୁ ସେ ୭୦.୪୪ ହାରରେ ୬୩୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଷ୍ଟ୍ରାଇକ୍ରେଟ୍ ରହିଛି ୧୫୩.୫୧। ତେବେ ଗୁରୁବାର ରାତିରେ ସେ ଯେପରି ଦ୍ରୁତ ଭାବେ ୯୦ ରନ୍ରେ ପହଞ୍ଚିପାରିଥିଲେ, ତାଙ୍କୁ ବିଶ୍ବକପ୍ରେ ଓପନର୍ ଭାବେ ଦେଖିବାକୁ ଚାହିବି ବୋଲି ଗାଙ୍ଗୁଲି କହିଛନ୍ତି। ବିଶ୍ବକପ୍ ପାଇଁ ଏକ ସନ୍ତୁଳିତ ଭାରତୀୟ ଦଳର ଚୟନ ହୋଇଛି। ବ୍ୟାଟିଂରେ ଗଭୀରତା ଥିବା ବେଳେ ବୋଲିଂ ଆକ୍ରମଣ ମଧ୍ୟ ମଜବୁତ୍ ରହିଛି। ମୋଟାମୋଟି ଭାବେ ଭାରତୀୟ ଦଳ ବିଜେତା ହେବାର ସବୁପ୍ରକାରର ସାମର୍ଥ୍ୟ ରଖୁଛି ବୋଲି ସେ କହିଛନ୍ତି।
[ad_2]




