ମନୋରଞ୍ଜନ

ଗୋଟାଏ ପ୍ରୋଜେକ୍ଟ ପାଇଁ ୪୦କୋଟି ନେଉଥିବା ପ୍ରିୟଙ୍କା ଏତେ କୋଟିର ମାଲିକାଣୀ – Kalinga News

[ad_1]


ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସବୁବେଳେ ଅଭିନେତାମାନଙ୍କଠାରୁ କମ୍ ପାରିଶ୍ରମିକ ମିଳେ। ଏହି ଧାରା ଆଜି ପର୍ଯ୍ୟନ୍ତ ଜାରି ରହିଛି। ବଡ ବଜେଟ ଫିଲ୍ମରେ କାମ କରିବା ସହ ସୁପରଷ୍ଟାର ହୋଇଥିଲେ ମଧ୍ୟ ବଲିଉଡ ଅଭିନେତ୍ରୀମାନଙ୍କୁ କମ ପାରିଶ୍ରମିକରେ ଖୁସି ହେବାକୁ ପଡ଼ିଥାଏ। ଅନେକ ସମୟରେ ଅଭିନେତାଙ୍କ ଅଧା ପାରିଶ୍ରମିକ ବି ଅଭିନେତ୍ରୀମାନଙ୍କୁ ମିଳେ ନାହିଁ। ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚେ‌ାପ୍ରାଙ୍କ କଥା ଟିକେ ଅଲଗା।

୯ବର୍ଷ ହେଲାଣି କୌଣସି ହିଟ୍ ବଲିଉଡ ଫିଲ୍ମ ନଦେବା ସହ ବିବାହ ପରେ ଭାରତରେ ରହୁନାହାନ୍ତି ପ୍ରିୟଙ୍କା। ତଥାପି ମଧ୍ୟ ତାଙ୍କ ଲୋକପ୍ରିୟତା କମିବା ପରିବର୍ତ୍ତେ ଆହୁରି ଅଧିକ ବଢ଼ିଛି। ୨୦୧୯ରେ ସେ ଶେଷ ଥର ପାଇଁ ବଲିଉଡ ଫିଲ୍ମ ‘ଦି ସ୍କାଏ ଇଜ୍ ପିଙ୍କ’ରେ ନଜର ଆସିଥିଲେ। ଏବେ ସେ ହଲିଉଡରେ ଅଧିକ କାମ କରୁଥିବା ବେଳେ ବଲିଉଡଠାରୁ ଦୂରେଇ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ବଲିଉଡରେ ଗୋଟାଏ ଫିଲ୍ମ ପାଇଁ ସେ ୧୪ରୁ ୨୦କୋଟି ଟଙ୍କା ନେଉଥିବା ବେଳେ ହଲିଉଡରେ ୪୦କୋଟି ନେଉଛନ୍ତି। ୱେବ ସିରିଜ୍ ‘ସିଟାଡେଲ’ ପାଇଁ ସେ ୪୦କୋଟି ଟଙ୍କା ପାରିଶ୍ରମିକ ନେଇଥିବା ଜଣାପଡ଼ିଛି, ଯାହା ବଲିଉଡର ଅନେକ ଆଗଧାଡ଼ିର ଅଭିନେତାଙ୍କ ପାରିଶ୍ରମିକଠାରୁ ଖୁବ ଅଧିକ।

ଯଦି ଆମେ ପ୍ରିୟଙ୍କାଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମୋଟ ୬୨୦କୋଟିର ମାଲିକାଣୀ ଅଟନ୍ତି। ବଲିଉଡକୁ ଆସିବା ପରେ ଶାହିଦ୍ କପୁର, ଅକ୍ଷୟ କୁମାର ଓ ଶାହରୁଖ ଖାନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସେ ଶେଷରେ ନିକ ଜୋନସଙ୍କୁ ବିବାହ କରିଥିଲେ।

 




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button