ମନୋରଞ୍ଜନ

ରାଜନୀତିରେ ପ୍ରବେଶକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ରାଜନୀତି କ୍ଷେତ୍ରକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ ମନଖୋଲି ଆଲୋଚନା କରି ଥାଆନ୍ତି। ତେବେ ଆଜି ନହେଲେ କାଲି କଙ୍ଗନା ନିଶ୍ଚୟ ରାଜନୀତିକୁ ଓହ୍ଲାଇ‌ବେ ବୋଲି ଖବର ସବୁବେଳେ ଚର୍ଚ୍ଚାରେ ରହିଛି।

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ କଙ୍ଗନାଙ୍କୁ ଗଣମାଧ୍ୟମ ରାଜନୀତି ବିଷୟରେ କିଛି ପ୍ରଶ୍ନ କରିଥିଲା। ଏହି ପ୍ରଶ୍ନର ଉତ୍ତର କଙ୍ଗନା ହସିହସି ଦେଇ କହିଥିଲେ, ‘ମୁଁ ଆଗାମୀ ଦିନରେ ନିର୍ବାଚନ ଲଢ଼ିବି ନା ନାହିଁ ସେ ବିଷୟରେ ଏବେ ଆପଣମାନଙ୍କୁ କିଛି କହି ପାରିବି ନାହିଁ। ଜଣେ ଆସନ‌ରେ ଥାଇ ଯେତିକି କରି ପାରୁଛି ମୁଁ ତାଠାରୁ ଅଧିକ ଦେଶ ପାଇଁ କରିଛି। ଏହା ମୁଁ କହୁ ନାହିଁ ଆପଣମାନେ ଲୋକଙ୍କୁ ପଚାରି ପାରିବେ।

ଦେଶ ପାଇଁ ମୁଁ ଯାହା କରିବା ପାଇଁ ଚାହିଁବି କରି ପାରିବି । ଏଥିପାଇଁ ମୋତେ କେହି ଅଟକାଇ ପାରିବେ ନାହିଁ। ଯଦି ମୁଁ ରାଜନୀତିରେ ଆସିବାକୁ ଚାହିଁବି ବୋଲି ଭାବୁଛି ମୋତେ ଲାଗୁଛି ଏହା ସଠିକ ସମୟ ହେବ। ପ୍ରତ୍ୟେକ ସମୟରେ ଦେଶର ଲୋକମାନେ ମୋତେ ସ୍ବାଧୀନଭାବେ ଉଡ଼ିବା ପାଇଁ ପର ଦେଇଛନ୍ତି, ଭଲ ପାଇଛନ୍ତି। ଯେଉଁଆଡେ ବି ଯାଇଛି ସ୍ନେହ ଓ ସମ୍ମାନ କରିଛନ୍ତି।’

କଙ୍ଗନାଙ୍କ ଅଭିନୟ ଦୁନିଆ କଥା କହିବାକୁ ସେ ଖୁବଶୀଘ୍ର ସିନେମା ‘ଏମାରଜେନ୍ସି’ରେ ନଜର ଆସିବେ। ଏହି ସିନେମାକୁ କଙ୍ଗନା ନିର୍ମାଣ କରିଥିବା ସହିତ ପ୍ରଯୋଜନା ମଧ୍ୟ କରିଥିବା କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button