ତୁମେ ମୋଠାରୁ ଦୂରେଇ ରହିବାକୁ ଚାହୁଁଛ କି? ସ୍ବାମୀଙ୍କୁ ପ୍ରଶ୍ନ କଲେ ଅଙ୍କିତା – Kalinga News
[ad_1]
ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି। ସୋ’ ଶେଷ ହେବାକୁ ଥିବା ବେଳେ ପ୍ରତିଦିନ ବିକି-ଅଙ୍କିତାଙ୍କ ଝଗଡ଼ା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଗ୍ ବସ୍ ୧୭ ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରୋମୋ ଭିଡିଓରେ ଦେଖାଯାଇଛି। ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ବିକିଙ୍କ ମା’ ରଞ୍ଜନା ଜୈନ୍ ଅନେକ ବିବାଦୀୟ ବୟାନ ଦେଇଛନ୍ତି। ଏମଧ୍ୟରେ ଅଙ୍କିତାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି।
ସୋ’ର ପ୍ରୋମୋ ଭିଡିଓରେ ଦେଖାଯାଇଛି ଯେ, ଅଙ୍କିତା ବିକିଙ୍କୁ ନିଜ ମନ କଥା କହୁଛନ୍ତି। ସେ କହୁଛନ୍ତି, ‘ମୁଁ ସମସ୍ତଙ୍କୁ ବହୁତ ଭଲ ପାଇବା ଦେଇଛି ଏବଂ ଯଦି କେହି ମୋ ଭଲପାଇବାକୁ ନେଇ ପ୍ରଶ୍ନ ଉଠାନ୍ତି, ତାହା ମୋତେ ଅଧିକ ପ୍ରଭାବିତ କରେ। ମୋତେ ଲାଗୁଛି ଯେ ମୋତେ ପ୍ରକୃତରେ ବୁଝିବାକୁ କେହି ସକ୍ଷମ ନୁହଁନ୍ତି। ମୁଁ ପ୍ରତିଦିନ ଅଧିକ ହତାଶ ହେବାରେ ଲାଗିଛି।’ ଏହା ଶୁଣି ବିକି ଅଙ୍କିତାଙ୍କୁ ତାଙ୍କ ଭିତରେ କ’ଣ ସମସ୍ୟା ରହିଛି ତାହା କହୁଛନ୍ତି। ସ୍ବାମୀଙ୍କଠାରୁ ଏସବୁ ଶୁଣି ଅଙ୍କିତା କହୁଛନ୍ତି ତୁମେ ମୋଠାରୁ କିଛି ଦିନ ଦୂରେଇ ରହିବାକୁ ଚାହୁଁଛ କି? ଏ ପ୍ରଶ୍ନର ଉତ୍ତର ବିକି କ’ଣ ଦେବେ ତାହା ସୋ’ର ପ୍ରସାରଣ ପରେ ଜଣାପଡ଼ିବ।
[ad_2]