ବୋମା ଧମକ ମିଳିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ – Kalinga News

[ad_1]
ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।
ଏ ସଂପର୍କରେ ଏୟାରଲାଇନ୍ସ ଏକ ବିବୃତିରେ କହିଛି କି, “ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଯାଇଛନ୍ତି। ବିମାନଟିକୁ ବର୍ତ୍ତମାନ ଯାଞ୍ଚ୍ କରାଯାଉଛି। ସମସ୍ତ ସୁରକ୍ଷା ଯାଞ୍ଚ୍ ଶେଷ ହେବା ପରେ ବିମାନଟିକୁ ଟର୍ମିନାଲ ଅଞ୍ଚଳରେ ରଖାଯିବ।”
କିଛି ସପ୍ତାହ ଭିତରେ ଏହା ହେଉଛି ଦ୍ବିତୀୟ ଘଟଣା। ପୂର୍ବରୁ ମଧ୍ୟ କିଛି ଦିନ ତଳେ ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଥିଲା। ମେ ୨୩ ତାରିଖରେ ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ବୋମା ଥିବା ଧମକ ମିଳିଥିଲା। ଧମକ ପରେ ଯାତ୍ରୀମାନଙ୍କୁ ଏମର୍ଜେନ୍ସି ଏକ୍ଜିଟ୍ ବାଟ ଦେଇ ବାହାରକୁ ବାହାର କରାଯାଇଥିଲା।
ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ ଧମକ ମିଳିବାର ୯୦ ସେକେଣ୍ଡ ମଧ୍ୟରେ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ଆବଶ୍ୟକ। ଯାତ୍ରୀମାନେ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କର କୌଣସି ବ୍ୟାଗ ନେବା ଅନୁଚିତ।
ଦିଲ୍ଲୀ ଘଟଣାରେ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଅଣଦେଖା କରାଯାଇଥିବାରୁ ଇଣ୍ଡିଗୋ ଦୁଇ ପାଇଲଟ୍ ଏବଂ ଚାରିଜଣ କ୍ୟାବିନ ସଦସ୍ୟଙ୍କୁ ହଟାଇ ଦେଇଥିଲେ।
[ad_2]




