ଅପରାଧ

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ: ବିଧାୟକ ପ୍ରାର୍ଥୀ ଶିବଶଙ୍କର ଗିରଫ – Kalinga News

[ad_1]

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗୋସାଇଁ ନୂଆଗାଁ ପୁଲିସ ଅଭିଯୁକ୍ତ ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସାଂସଦ ପ୍ରାର୍ଥୀ ପ୍ରଦୀପଙ୍କ ଅଭିଯୋଗକ୍ରମେ ପୁଲିସ କେସ୍‌ ନଂ ୧୩୦/୨୪ରେ ପିଣ୍ଟୁଙ୍କ ବିରୋଧରେ ଦଫା ୩୨୪ ଓ ୩୦୭ରେ ମାମଲା ରୁଜୁ କରିଛି। ପିଣ୍ଟୁଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶଙ୍କ ପତ୍ନୀ ଆଶା କୁମାର ଦାଶଙ୍କ ଅଭିଯୋଗକ୍ରମେ ପୁଲିସ କେସ୍‌ ନଂ ୧୩୨/୨୪ରେ ଦଫା ୩୨୩, ୨୯୪, ୫୦୬/୩୪ ସହ ଏସ୍‌ସି/ଏସ୍‌ଟି ପିଓଏ ଆକ୍ଟ ସହ ୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପିଣ୍ଟୁଙ୍କ ଆକ୍ରମଣରେ ଆହତ ହୋଇଥିବା ସାଂସଦ ପ୍ରାର୍ଥୀ ପ୍ରଦୀପ ଗତକାଲି ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ଭୁବନେଶ୍ବରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କ ଛାତିର ପିଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି ପୁଲିସ ଉପସ୍ଥିତିରେ ଏହି ଆକ୍ରମଣ ଘଟଣା ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯. ୧୫ ସମୟରେ ଗୋସାଇଁ ନୂଆଗାଁ ଥାନା ନିକଟସ୍ଥ ବୁଥ୍ ନଂ ୧୩୨ ସମ୍ମୁଖରେ ଇଭିଏମ୍‌ ସିଲ୍‌କୁ ନେଇ ଥାନା ଅଧିକାରୀଙ୍କ ସମେତ କିଛି ପୁଲିସ ଅଧିକାରୀଙ୍କ ସହ ସାଂସଦ ପ୍ରାର୍ଥୀ ପ୍ରଦୀପ ଆଲୋଚନା କରୁଥିଲେ। ଏହି ସମୟରେ ପିଣ୍ଟୁ ଘଟଣାସ୍ଥଳକୁ ଆସି ଅତର୍କିତ ଭାବେ ଆକ୍ରମଣ କରିବା ସହ ତାଙ୍କ ବେକ ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ପ୍ରଦୀପ ଥାନାରେ ଅଭିଯୋଗ କରିଥିଲେ। ପିଣ୍ଟୁଙ୍କ ଆକ୍ରମଣରେ ପ୍ରଦୀପ ତଳେ ପଡ଼ିଯିବା ସହ ଆହତ ହୋଇଥିଲେ। ଏହି ଘଟଣା ପରେ ଗୋସାଇଁ ନୂଆଗାଁ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପିଣ୍ଟୁଙ୍କୁ ଥାନାରେ ଅଟକ ରଖିବା ଯୋଗୁଁ ତାଙ୍କ ସମର୍ଥକମାନେ ତୁରନ୍ତ ଖଲାସ କରିବା ଦାବିରେ ଥାନା ଘେରାଉ କରିଥିଲେ। ଏଭଳିକି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ ବୁଝାସୁଝା କରିବା ପରେ ବି ପରିସ୍ଥିତି ସ୍ବାଭାବିକ ହୋଇନଥିଲା। ବିଳମ୍ବିତ ରାତିରେ ଘଟଣାସ୍ଥଳରେ ଅଧିକ ସଂଖ୍ୟକ ପୁଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଲାଠି ଚାଳନା କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ସମର୍ଥକମାନେ ଛତ୍ରଭଙ୍ଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button