ହ୍ୟାଟ୍ରିକ୍ ବିଶ୍ବ ସ୍ବର୍ଣ୍ଣ ଜିତିବାରେ ପ୍ରମୋଦ ପ୍ରଥମ – Kalinga News

[ad_1]
୫ ଥର ବିଜେତା ହୋଇ ଲିନ୍ ଡାନ୍ଙ୍କ ସମକକ୍ଷ, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ବର: ଭାରତୀୟ ପାରା ବ୍ୟାଡ୍ମଣ୍ଟନ୍ ତାରକା ଓଡ଼ିଶାର ପ୍ରମୋଦ ଭଗତ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ନିଜର ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଥାଇଲାଣ୍ଡରେ ଆୟୋଜିତ ଏହି ପ୍ରତିଯୋଗିତାରେ ରବିବାର ଖେଳାଯାଇଥିବା ପୁରୁଷ ଏକକ ଏସ୍ଏଲ୍-୩ ବର୍ଗର ଫାଇନାଲ୍ରେ ଅଲିମ୍ପିକ୍ ବିଜେତା ତଥା ପଦ୍ମଶ୍ରୀ ପ୍ରମୋଦ ୧୪-୨୧, ୨୧-୧୫, ୨୧-୧୪ରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ପରାସ୍ତ କରିଥିଲେ। ପ୍ରଥମ ଗେମ୍ ହାରିବା ପରେ ପ୍ରମୋଦ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ଗେମ୍ ଜିତି ଲଗାତାର ତୃତୀୟ ଏବଂ ମୋଟ ପଞ୍ଚମ ଥର ଲାଗି ବିଶ୍ବ ମୁକୁଟ କରାୟତ୍ତ କରିଥିଲେ। ଏଥିସହ ହ୍ୟାଟ୍ରିକ୍ (୨୦୧୯, ୨୦୨୨, ୨୦୨୪) ବିଶ୍ବ ସ୍ବର୍ଣ୍ଣ ଜିତିବାରେ ସେ ପ୍ରଥମ ପାରା କ୍ରୀଡ଼ାବିତ୍ ହୋଇଛନ୍ତି। ମୋଟ ଉପରେ ୫ ଥର ବିଜେତା ହେବାରେ ସେ ଲିନ୍ ଡାନ୍ଙ୍କ ସମକକ୍ଷ ହୋଇଛନ୍ତି। ୨୦୧୯ ପୂର୍ବରୁ ପ୍ରମୋଦ ୨୦୦୯ ଓ ୨୦୧୫ରେ ବିଶ୍ବ ବିଜେତା ହୋଇଥିଲେ। ଏକକ ସ୍ବର୍ଣ୍ଣ ବାଦ୍ ସେ ପୁରୁଷ ଯୁଗଳରେ ସୁକାନ୍ତ କଦମ ଏବଂ ମିଶ୍ରିତ ଯୁଗଳରେ ମନୀଷା ରାମଦାସଙ୍କୁ ସାଥୀ କରି ଦୁଇଟି କାଂସ୍ୟ ପଦକ ଜିତିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୀର୍ତ୍ତିମାନ ଭରା ସ୍ବର୍ଣ୍ଣ ଜିତିବା ପରେ ପ୍ରମୋଦ କହିଛନ୍ତି ଯେ ‘‘ବିଭିନ୍ନ କାରଣରୁ ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର। ପ୍ରଥମତଃ ମୋର ଆଦର୍ଶ ଲିନ୍ ଡାନ୍ଙ୍କ ୫ ବିଶ୍ବ ବିଜେତା କୀର୍ତ୍ତିମାନ ସହ ସମକକ୍ଷ ହେବାରେ ସଫଳ ହେବା ସହ ଦ୍ବିତୀୟରେ ଲଗାତାର ୩ ଥର ଏହାକୁ ବଜାୟ ରଖିପାରିଛି। ଅନ୍ୟପକ୍ଷରେ ଗତ କିଛି ମାସ ହେବ ମୁଁ ବେଥେଲଙ୍କ ବିପକ୍ଷରେ ଭଲ କରିପାରୁ ନଥିଲି। ତେଣୁ ଏହି ବିଜୟ ମୋତେ ମାନସିକ ଓ ଶାରୀରିକ ସ୍ତରରେ ଶାନ୍ତି ଦେଇଛି ଏବଂ ଅନ୍ୟମାନଙ୍କ ଆଶାକୁ ଭୁଲ୍ ପ୍ରମାଣିତ କରିଛି। ମ୍ୟାଚ୍ ଅତି ଚମତ୍କାର ଥିଲା। ବେଥେଲ ଭଲ ଖେଳିଥିଲେ ବି କୌଣସି ମତେ ମୁଁ ବିଜୟୀ ହୋଇଥିଲି।’’ ପ୍ରମୋଦଙ୍କ ଏହି ବିଶ୍ବ ବିଜୟୀ ପଦକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ମଧ୍ୟ ଭବିଷ୍ୟତ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦେଶକୁ ଏଭଳି ଗର୍ବିତ କରୁଥାଅ ବୋଲି ଆଶା ବ୍ୟକ୍ତ କରିଛନ୍ତି।
[ad_2]




