ଟ୍ରମ୍ପ୍ଙ୍କୁ ହୋଇପରେ ୪ ବର୍ଷ ଜେଲ୍; ହସ୍ ମନି ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ – Kalinga News

[ad_1]
ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏପରି ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ଟ୍ରମ୍ପ୍ ହେଉଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି।

Sambad is now on WhatsApp
Join and get latest news updates delivered to you via WhatsApp
ଜୁଲାଇ ୧୧ତାରିଖରେ ଏନେଇ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ପର୍ଣ୍ଣ ଷ୍ଟାର ଷ୍ଟୋର୍ମି ଡାନିଏଲ୍ସଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ଏହାକୁ ମୁହଁ ବନ୍ଦ ରଖିବା ପାଇଁ ସେ ଲାଂଚ ସ୍ୱରୂପ ତାଙ୍କୁ ଟଙ୍କା ଦେଇଥିଲେ । ଟଙ୍କା ଦେବାକୁ ଲୁଚାଇବା ପାଇଁ ନକଲି କାଗଜପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ ଟ୍ରମ୍ପ । ୨ ଦିନ ଧରି ଚାଲିଥିବା ଶୁଣାଣିରେ ଯୁକ୍ତି ଶୁଣିବା ପରେ ୧୨ ଜଣିଆ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ମାମଲାର ଶୁଣାଣିକୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ଏବେ ଟ୍ରମ୍ପଙ୍କୁ ସର୍ବାଧିକ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରେ। କିନ୍ତୁ ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ ଅଦାଲତଙ୍କୁ କହିଥିଲେ ଯେ ତାରକାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା ସେ କୌଣସି ପ୍ରକାରର କାରବାର କରିନାହାଁନ୍ତି । ସେ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ତଦନ୍ତରେ ତ୍ରୁଟି ରହିଛି ।
[ad_2]