ଘରକୁ ଫେରିନଥିଲା ଶିଶୁ; ସ୍କୁଲ୍ରୁ ମିଳିଲା ମୃତଦେହ – Kalinga News
[ad_1]
ପାଟନା: ବିହାରର ପାଟ୍ନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ତିନି ବର୍ଷର ଶିଶୁର ମୃତଦେହ ଘର ଭିତରୁ ମିଳିବା ପରେ ସ୍ଥାନୀୟ ଲୋକ ରାଗରେ ବିଦ୍ୟାଳୟକୁ ଟାର୍ଗେଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଶିଶୁଟି ନିଖୋଜ ଥିଲା। ଶିଶୁଟି ସ୍କୁଲ୍ ଯାଇ ଆଉ ଘରକୁ ନଫେରିବାରୁ ନିଖୋଜ ଶିଶୁର ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଶିକ୍ଷାନୁଷ୍ଠାନରେ ପହଞ୍ଚିବା ପରେ ପରିବାର ଲୋକ ପଚାରିଥିବା ପ୍ରଶ୍ନକୁ ସ୍କୁଲ କର୍ତ୍ତୃପକ୍ଷ ଏଡ଼େଇ ଯିବାରୁ ସନ୍ଦେହ ଉପୁଜିଥିଲା।
ଶେଷରେ ଶିଶୁଟିର ମୃତଦେହ ସ୍କୁଲ୍ ଭିତରୁ ଦେଖିବାକୁ ମିଳିଛି। ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ୍ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ଶିଶୁଟି ସ୍କୁଲ୍ ଭିତରକୁ ପଶୁଥିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି।
ଏ ନେଇ ପୁଲିସ୍ ଅଧୀକ୍ଷକ ଚନ୍ଦ୍ର ପ୍ରକାଶ କହିଛନ୍ତି ଯେ ପିଲାଟି ସ୍କୁଲରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି। ସେ କହିଛନ୍ତି, ‘‘ସିସିଟିଭି ଫୁଟେଜରେ ଆମେ ଦେଖିଲୁ ଯେ ପିଲାଟି ସ୍କୁଲରେ ପ୍ରବେଶ କରୁଥିଲା। ହେଲେ ସ୍କୁଲ୍ ବାହାରକୁ ବାହାରିବାର ଦେଖିବାକୁ ମିଳିନାହିଁ। ଆମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ। ଏହା ଏକ ଅପରାଧୀକ ଉଦ୍ଦେଶ୍ୟକୁ ପ୍ରତିପାଦନ କରୁଛି।’’
ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖାଯାଇଛି, ତଦନ୍ତ ଚାଲିଛି ବୋଲି ଚନ୍ଦ୍ର ପ୍ରକାଶ ଗଣମାଧ୍ୟମକୁ କହିଛନ୍ତି। ତେବେ ଶିଶୁର ପରିବାର ଏବଂ ସେମାନଙ୍କ ସମ୍ପ୍ରଦାୟର ସଦସ୍ୟମାନେ ଶୀଘ୍ର ନ୍ୟାୟ ଦାବି କରି ରାସ୍ତା ଅବରୋଧ କରିଛନ୍ତି। ବିକ୍ଷୋଭକାରୀଙ୍କ ଦ୍ୱାରା ଅନେକ ଗାଡ଼ି ଏବଂ ବିଦ୍ୟାଳୟର କାନ୍ଥର କିଛି ଅଂରେ ନିଆଁ ଲାଗିଯାଇଛି।
[ad_2]