ମନୋରଞ୍ଜନ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ରଣବୀରଙ୍କ ରକ୍ତାକ୍ତ ଅବସ୍ଥାର ଫଟୋ – Kalinga News

[ad_1]


ମୁମ୍ବାଇ: ଗତବର୍ଷ ରଣବୀର କପୁର ‘ଏନିମଲ’ ସିନେମା ଜରିଆରେ ଥିଏଟର୍ସରେ ଜଲୱା ଦେଖାଇଥିଲେ। ଏହି ସିନେମାରେ ରଣବୀରଙ୍କୁ ଡବଲ ରୋଲ କରୁଥିବାର ଦେଖିବାକୁ ମିଳିଥିଲା।

ସିନେମା ‘ଏନିମଲ’ରେ ରଣବୀରଙ୍କ ରଣାବିଜୟ ଭୂମିକାକୁ ଖୁବ ପସନ୍ଦ କରଯାଇଥିଲା। ତାଙ୍କର ଅନ୍ୟ ଭୂମିକାର ନାମ ଅଜିଜ ଥିଲା। ଏହି ସିନେମାକୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ‘ଏନିମଲ’ ରିଲିଜର ମାତ୍ର ୧୩ ଦିନରେ  ଭାରତରେ ୪୬୮ କୋଟି ଓ ସମଗ୍ର ବିଶ୍ୱରେ ୭୭୨.୩୩ କୋଟି ଟଙ୍କା ରୋଜଗାର କରିଥିଲା।

ଏହି କ୍ରମରେ କିଛିଦିନ ହେବ ‘ଏନିମଲ ପାର୍ଟ ୨’ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ସିନେମାର ଏକ ଅନସିନ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରଣବୀରଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ରଣବୀରଙ୍କ ଏହି ଫଟୋ ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଦ୍ବାରା କ୍ଲିକ କରାଯାଇଛି। ଆଲିମ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଏନିମଲର ସେଟରୁ ଏହି ଫଟୋ ମୁଁ କ୍ଲିକ କରିଛି। ଏହା ଅଜିଜର ଇଣ୍ଟ୍ରୋ ସୁଟ ଥିଲା। ଏହି ଫଟୋରେ ରଣବୀରଙ୍କ ଆଖିରେ ଇମୋସନ ଦେଖିବାକୁ ମିଳିଛି। ଏନିମଲ ସିନେମା ସର୍ବଦା ମୋ ହୃଦୟରେ ରହିବ।’

ସୋସିଆଲ ମିଡିଆରେ ରଣବୀରଙ୍କ ଏହି ରକ୍ତାକ୍ତ ଅବସ୍ଥାର ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରଣବୀର କୌଣସି ଦୁର୍ଘଟଣାର ଶିକାର ହୋଇଛନ୍ତି ନା ଏହା କୌଣସି ସିନେମାର ଦୃଶ୍ୟ ବୋଲି ପ୍ରଶ୍ନ କରିଛନ୍ତି।

 




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button