ମନୋରଞ୍ଜନ

ଦୁନିଆକୁ ଅଲବିଦା କହିଲେ ‌ଲୋକପ୍ରିୟ କଣ୍ଠଶିଳ୍ପୀ – Kalinga News

[ad_1]

ନୂଆଦିଲ୍ଲୀ: ସାଉଥ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସାଉଥର ଜଣାଶୁଣା ଗାୟିକା ତଥା ଟେଲିଭିଜନ ଉପସ୍ଥାପକ ଉମା ରାମାନନଙ୍କ ଦେହାନ୍ତ ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ତାମିଲ ଗାୟିକା ଉମା ରାମାନନଙ୍କ ମଇ ୧ ତାରିଖରେ ୬୯ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଚେନ୍ନାଇରେ ଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଉମାଙ୍କ ଦେହାନ୍ତ ଖବର ଆସିବା ପରେ ଦକ୍ଷିଣ ସିନେମାଜଗତରେ ଶୋକରଛାୟା ଖେଳିଯାଇଛି। ତେ‌ବେ ଖବର ଲେଖାହେଲା ପର୍ଯ୍ୟନ୍ତ ଉମାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଉମାଙ୍କ ପରିବାରରେ ସ୍ୱାମୀ ଏ.ଭି ରମାନନ ଏବଂ ତାଙ୍କ ପୁଅ ବିଗ୍ନେଶ ରମାନନ ଅଛନ୍ତି।

ଉମା ଏବଂ ଇଲେୟାରାଜା ଏକାଠି ଅନେକ ହିଟ ସିନେମା ଦେଇଛନ୍ତି। ଏଥିମଧ୍ୟରେ ଗୀତାଞ୍ଜଳି, ଔରୁ ଜୀବନ ଅଲେଥାଥୁ, ଅରଙ୍ଗେଟ୍ରା ଭେଲାଇରୁ ଆଗାଭା ଭେନ୍ରିଲାଭେ, ଥାମ୍ବିକ୍କୁ ଏନ୍ଥା ଓରୁରୁ ପୁପଲମ୍ ଇସାଇକୁମ୍, ନୀଲଲଗଲରୁ ପୁଙ୍ଗାଥାଭେ ଥାଲ୍ ଥିରାବଇ ଇତ୍ୟାଦି ସାମିଲ ରହିଛି।

ଉମା ଜ‌ଣେ କଣ୍ଠଶିଳ୍ପୀ ହେବା ସହିତ ଉପସ୍ଥାପିକା ଥିଲେ। ଯିଏକି ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମର ସୁନ୍ଦର ଉପସ୍ଥାପନା କରି ଦର୍ଶକଙ୍କ ମନମୋହି ନେଇଥିଲେ। ତାଙ୍କର ମୃତ୍ୟୁ ସାଉଥ ସିନେମା ଜଗତର ଏକ ଅପୂରଣୀୟ କ୍ଷତି ହୋଇ ରହିଯିବ। ଉମ‌ା ସର୍ବଦା ମନେ ରହିଥିବ‌େ ବେ‌ାଲି ତ‌ାଙ୍କ ପ୍ରଶଂସକମାନେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button