୨ମାସ ତଳେ ମେକଅପ୍ ଆର୍ଟିଷ୍ଟଙ୍କ ସହ ଏହି ଅଭିନେତ୍ରୀ କରାଇଥିଲେ ଦେଖା, ଏବେ ବିବାହ କଲେ ମୁନାୱର – Kalinga News

[ad_1]
ମୁମ୍ବାଇ: ବିଗ୍ ବସ୍ ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱର ଫାରୁକି ତାଙ୍କର ଦ୍ୱିତୀୟ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ମେ’ ୨୬ରେ ସେ ମେକଅପ୍ ଆର୍ଟିଷ୍ଟ ମହଜବୀନ କୋତୱାଲାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏବେ ଦ୍ୱିତୀୟ ପତ୍ନୀଙ୍କ ସହ ମୁନାୱରଙ୍କ ଫଟୋ ଭାଇରାଲ ହେବା ପରେ ସେ ବିବାହ କରିଥିବା ସ୍ପଷ୍ଟ ହୋଇଛି। ଯେଉଁ ଫଟୋ ଭାଇରାଲ ହୋଇଛି, ସେଥିରେ ସେ କେକ୍ କାଟୁଥିବାର ନଜର ଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମେ’ ୨୬ରେ ଦୁହେଁ ଏକ ହୋଟେଲରେ ନିକାହ କରିଥିଲେ ବି ଏନେଇ ଘୋଷଣା କରିନଥିଲେ ମୁନାୱର। କୁହାଯାଉଛି ଯେ, ହିନା ଖାନ୍, କରଣ କୁନ୍ଦ୍ରାଙ୍କ ଭଳି କଳାକାର ତାଙ୍କ ବିବାହରେ ଯୋଗ ଦେଇଥିଲେ। ଏହା ମଧ୍ୟ ସୂଚନା ମିଳିଛି ଯେ, ମେକଅପ୍ ଆର୍ଟିଷ୍ଟ ମହଜବୀନ, ହିନାଙ୍କ ମାଧ୍ୟମରେ ମୁନାୱରଙ୍କୁ ଭେଟିଥିଲେ। ଏକ ଇଭେଣ୍ଟରେ ମୁନାୱରଙ୍କ ମେକଅପ୍ କରିବାକୁ ମହଜବୀନଙ୍କୁ ପଠାଇଥିଲେ ହିନା। ଏହା ପରଠାରୁ ଦୁହେଁ ପ୍ରେମରେ ପଡ଼ିବା ସହ ଏବେ ନିକାହ କରିଥିବା ଜଣାପଡ଼ିଛି।
ତେବେ ମହଜବୀନଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ତାଙ୍କର ଏକ ୧୦ବର୍ଷର ଝିଅ ମଧ୍ୟ ଅଛି। ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଏବେ ମହଜବୀନ, ମୁନାୱରଙ୍କ ଜୀବନସାଥୀ ପାଲଟିଛନ୍ତି।
ଏହା ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ମୁନାୱର। ତାଙ୍କର ଜଣେ ବନ୍ଧୁ ସେ ଡାକ୍ତରଖାନା ବେଡରେ ଶୋଇଥିବାର ଫଟୋ ସେୟାର କରିଥିଲେ, ଯାହା ଖୁବ ଭାଇରାଲ ହୋଇଥିଲା। ହେଲେ କେଉଁ ସମସ୍ୟା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ତାହା ସାମ୍ନାକୁ ଆସିନଥିଲା।
[ad_2]




