ମନୋରଞ୍ଜନ

ବାହାଘର ପୂର୍ବରୁ ସିଦ୍ଧି ବିନାୟକ ମନ୍ଦିର ଯାଇ ଗଣପତି ବପ୍ପାଙ୍କୁ ଦର୍ଶନ କଲେ ରାକୁଲ ଓ ଜ୍ୟାକି – Kalinga News

[ad_1]

ମୁମ୍ବାଇ: ୨୦୨୪ ମସିହା ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କାହିଁକି ନା, ଆଗାମୀ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାକୁଲ୍। ଏବେ ‌ସେ ବାହାଘର ପୂର୍ବରୁ ସିଦ୍ଧି ବିନାୟକରେ ପହଞ୍ଚି ଗଣପତି ବପ୍ପାଙ୍କ ଆଶୀର୍ବାଦ ନେଇଛନ୍ତି। ରାକୁଲ ପ୍ରୀତ ଓ ତାଙ୍କ‌ ପ୍ରେମିକ ଜ୍ୟାକି ଭଗନାନୀ ରବିବାର ସକାଳେ ଗଣପତିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ମନ୍ଦିର ଭିତରୁ ଏହି ଦମ୍ପତିଙ୍କ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ପରସ୍ପରଙ୍କୁ ଏକାସାଥୀରେ ଦେଖିବାକୁ ମିଳିଛି। ଦୁହିଁଙ୍କର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ପଣ୍ଡିତଜୀ ପୂଜା କରୁଥିବା ‌ବେଳେ ଦୁହେଁ ଭକ୍ତିରେ ଲୀନ ହୋଇଛନ୍ତି। ରାକୁଲଙ୍କ ହାତରେ ଫୁଲ ଓ ପ୍ରସାଦ ଦେଖିବାକୁ ମିଳିଛି। ଦୁଇ ଜଣଙ୍କ ଫଟୋ ଖୁବ୍‌ ସୁନ୍ଦର ହୋଇଛି। ଦୁହିଁଙ୍କୁ ପଣ୍ଡିଜତୀ ଟୀକା ବି ଲଗାଇ ଦେଉଥିବାର ଫଟୋରେ ଦେଖିବାକୁ ମିଳିଛି।

ରାକୁଲ୍‌ ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଛି। ସେମାନଙ୍କ ବିବାହରେ ପରିବାର ଲୋକ ଓ ନିକଟତର ବନ୍ଧୁ ସାମିଲ୍ ହେବେ ବୋଲି ଜାଣିବାକୁ ମିଳିଛି। ରାକୁଲ ଓ ଜ୍ୟାକିଙ୍କ ବାହାଘର ଗୋଆର ବିଳାସମୟ ରିସର୍ଟ ଆଇଟିସି ଗ୍ରାଣ୍ଡ୍‌ରେ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button