ଅପରାଧ

ବୟଫ୍ରେଣ୍ଡ୍‌ ସହିତ ପୁନର୍ମିଳନ ପାଇଁ ଜ୍ୟୋତିଷ ସହାୟତା ନେଲେ ଯୁବତୀ; ହରାଇଲେ ୮.୨ ଲକ୍ଷ ଟଙ୍କା – Kalinga News

[ad_1]

ବେଙ୍ଗାଲୁରୁ: ପୂର୍ବତନ ବୟଫ୍ରେଣ୍ଡ୍‌ଙ୍କ ସହିତ ପୁନର୍ମିଳନ ଲାଗି ବ୍ୟାକୁଳ ହେବା ସହିତ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ଜ୍ୟୋତିଷଙ୍କ ସହାୟତା ନେଇଥିବା ଜଣେ ୨୫ ବର୍ଷୀୟ ଯୁବତୀ ୮.୨ ଲକ୍ଷ ଟଙ୍କା ହରାଇଥିବା କଥା ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, କେହି ଜଣେ ଗୁଣିଗାରଡ଼ି କରିଛି କହି ଯୁବତୀଙ୍କୁ ଭୟଭୀତ କରିବା ପରେ ସେ ଜ୍ୟୋତିଷ ଓ ତାଙ୍କ ସହଯୋଗୀମାନେ ଗୁଣି ଛଡ଼ାଇବା ବାହାନାରେ ମୋଟା ଅଙ୍କର ଟଙ୍କା ଠକି ନେଇଛନ୍ତି।

ଶେଷରେ ଜଲାହଲ୍ଲୀରେ ରହୁଥିବା ସେ ଯୁବତୀ ଜ୍ୟୋତିଷ ଅହମଦ୍‌ ଓ ତାଙ୍କ ସହଯୋଗୀ ଅବ୍ଦୁଲ୍‌ ଓ ଲିୟାଖତୁଲ୍ଲାଙ୍କ ଏବଂ ଅନ୍ୟମାନଙ୍କ ନାଁରେ ଥାନାରେ ଅଭିଯୋଗ କଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ନିକଟରେ ସେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ମଧ୍ୟରେ ମନାନ୍ତର ହୋଇ ସମ୍ପର୍କ ତୁଟି ଯାଇଥିଲା। କିନ୍ତୁ, ଯୁବତୀଜଣକ ବୟଫ୍ରେଣ୍ଡ୍‌ଙ୍କ ସହିତ ପୁଣି ମିଶିବାକୁ ବ୍ୟାକୁଳ ହେଉଥିଲେ। ଏହାଛଡ଼ା, ତାଙ୍କର ଅନ୍ୟାନ୍ୟ ସମସ୍ୟା ବି ଥିଲା। ଡିସେମ୍ବର ୯ ତାରିଖ ଦିନ ସେ ଜ୍ୟୋତିଷଙ୍କ ସହିତ ଯୋଗାଯୋଗ କରି ସମସ୍ୟା କଥା କହିଲେ। କେତୋଟି ପ୍ରଶ୍ନ ପଚାରିବା ପରେ ଜ୍ୟୋତିଷ ଅହମଦ୍‌ କହିଲେ ଯେ, କେହି ଜଣେ ତାଙ୍କୁ, ତାଙ୍କ ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କୁ ଗୁଣିଗାରଡ଼ି କରିଛି। ସେଥିପାଇଁ ସେ ‌ଏତେଗୁଡ଼ିଏ ସମସ୍ୟାରେ ପଡ଼ିଛନ୍ତି। ଜ୍ୟୋତିଷଙ୍କ ନିର୍ଦେଶମତେ, ଯୁବତୀ ନିଜର, ବନ୍ଧୁବାନ୍ଧବଙ୍କର ଓ ପରିବାରର ସଦସ୍ୟମାନଙ୍କ ଫଟୋ ପଠାଇଲେ। ତା’ସହ ଡିଜିଟାଲ୍ ପେମେଣ୍ଟ୍‌ ଜରିଆରେ ୫୦୧ ଟଙ୍କା ବି ପୈଠ କଲେ।

Image Courtesy of SoundCloud

ପରେ ଜ୍ୟୋତିଷ ଅହମଦ୍‌ ସେ ଯୁବତୀଙ୍କୁ କହିଲେ କି, ସେ ତାଙ୍କର ବୟଫ୍ରେଣ୍ଡ୍‌ ଓ ପରିବାର ଲୋକଙ୍କୁ ଗୁଣି କରିବେ। ଫଳରେ ସେମାନେ ଆଉ ଦୁହିଁଙ୍କ ସମ୍ପର୍କକୁ ବିରୋଧ କରିବେ ନାହିଁ। କିନ୍ତୁ, ଏଥିପାଇଁ ୨.୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହି ଅନୁସାରେ ଡିସେମ୍ବର ୨୨ ତାରିଖ ଦିନ ଯୁବତୀଜଣକ ନିୟୁ ବେଲ୍‌ ରୋଡ୍‌ ନିକଟରେ ଅହମଦ୍‌ଙ୍କ ସହଯୋଗୀଙ୍କୁ ନଗଦ ଟଙ୍କା ଦେଲେ। ୨ ଦିନ ପରେ ଜ୍ୟୋତିଷ ତାଙ୍କ ସହଯୋଗୀଙ୍କୁ ଆଉ ୧.୭ ଲକ୍ଷ ଟଙ୍କା ଦେବାକୁ କହିଲେ। ଏମିତି ଜ୍ୟୋତିଷ ଥରକୁ ଥର ଟଙ୍କା ମାଗିବାରୁ ଯୁବତୀଙ୍କର ସନ୍ଦେହ ହେଲା, ସେ ଟଙ୍କା ଦେବାକୁ ମନାକଲେ। କିନ୍ତୁ, ଜ୍ୟୋତିଷ ଅହମଦ୍‌ ତାଙ୍କୁ ଗାଳିଗୁଲଜ କରିବା ସହିତ ତା’ର ଫଟୋ ବୟଫ୍ରେଣ୍ଡ୍‌ ଓ ପରିବାର ଲୋକଙ୍କ ପାଖକୁ ପଠାଇଦେବେ ବୋଲି ଧମକ ଦେଲେ। ନିରୁପାୟ ହୋଇ ଯୁବତୀଜଣକ ଡିଜିଟାଲ୍‌ ଜରିଆରେ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ଥର ଥର କରି ଆଉ ୪.୧ ଲକ୍ଷ ଟଙ୍କା ଦେଲେ।

ଏମିତି କରି ଯୁବତୀଜଣକ ଜ୍ୟୋତିଷ ଅହମଦ୍‌ଙ୍କୁ ସମୁଦାୟ ୮.୨ ଲକ୍ଷ ଟଙ୍କା ଦେଇଥିବା କଥା ତାଙ୍କର ବାପାମାଆ ଅଭିଯୋଗ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button