ଖେଳ ଖବର

ନ୍ୟୁୟର୍କରେ ଭାରତୀୟ ‌ଖେଳାଳିଙ୍କ ପ୍ରସ୍ତୁତି – Kalinga News

[ad_1]

କୋହଲି-ଜୟସ୍ବାଲ ପାଳି ଆରମ୍ଭ କରିବା ଉଚିତ: ଜାଫର

ନ୍ୟୁୟର୍କ: ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟର୍‌ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେବଳ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ‌ଖେଳାଳିମାନେ ନ୍ୟୁୟର୍କରେ ପହଞ୍ଚିଥିବା ବେଳେ ମଙ୍ଗଳବାରଠାରୁ ନିଜକୁ ପ୍ରସ୍ତୁତ କରିଛନ୍ତି। ଜୁନ୍‌ ପହିଲାରେ ଭାରତ ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବାକୁ ଥିବାବେଳେ କୋହଲି ଏଥିରେ ଅଂଶଗ୍ରହଣ କରିବା ନେଇ ଦ୍ବନ୍ଦ୍ବ ରହିଛି। କୋହଲିଙ୍କ ଯାତ୍ରାସୂଚୀ ସମ୍ପର୍କରେ ବିସିସିଆଇ କିଛି ସ୍ପଷ୍ଟ କରିନାହିଁ। ଆଇପିଏଲରୁ ବିଦା ହେବା ପରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ର ଭାରତୀୟ ଖେଳାଳି ଅଲଗା ଅଲଗା ପର୍ଯ୍ୟାୟରେ ନ୍ୟୁୟର୍କ ପହଞ୍ଚିଛନ୍ତି। ଖେଳାଳିଙ୍କୁ ମ୍ୟାଚ୍‌ ପ୍ରସ୍ତୁତ ପାଇଁ ଦଳର କଣ୍ଡିସନିଂ କୋଚ୍‌ ସୋହମ ଦେଶାଇ ସହଜ ରୁଟିନ୍ ରଖିଥିବା ଘୋଷଣା କରିଛନ୍ତି।

ଆମେ ଏପର୍ଯ୍ୟନ୍ତ କ୍ରିକେଟ୍‌ ଖେଳିନାହୁଁ, ଆଜି କେବଳ କିଛି କାର୍ଯ୍ୟକଳାପ କରିଛୁ’ ବୋଲି ଦେଶାଇ କହିଛନ୍ତି। ପାଗ ଭଲ ଅଛି, ଆଶା ସବୁକିଛି ଭଲ ହେବ ବୋଲି ଉତ୍ସାହର ସହ କହିଛନ୍ତି ଯଶପ୍ରୀତ୍ ବୁମରା। ଆଇପିଏଲ୍ ପରେ ସାମୟିକ ବିଶ୍ରାମ ନେଇ ଦଳ ସହ ଯୋଗ ଦେଇଥିବା ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ବିଶ୍ବର ଏହି ନୂଆ ଇଲାକାରେ ଖେଳିବାକୁ ନେଇ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅଭ୍ୟାସ ଶିବିରରେ ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ୍ ବୁମ୍‌ରା ନ୍ୟୁୟର୍କରେ ପ୍ରଥମ ଅନୁଭବ ପାଇଛନ୍ତି। ‘ନ୍ୟୁୟର୍କରେ ପ୍ରଥମ ଥର କ୍ରିକେଟ୍‌ ଖେଳିବାର ସମୟ ଆସିଛି, ମଜା ଆସିଯିବ’ ବୋଲି ରବୀନ୍ଦ୍ର ଜାଡ଼େଜା କହିଛନ୍ତି।

ଜୁନ୍ ତାରିଖରୁ ବିଶ୍ବକପ୍‌ ଆରମ୍ଭ ହେଉଥିବା ବେଳେ ଭାରତର ଅଭିଯାନ ୫ ତାରିଖରୁ ହେବ। ଆୟର୍ଲାଣ୍ଡ୍ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ୯ ତାରିଖରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମୁକାବିଲା ପାକିସ୍ତାନ ସହ ଖେଳାଯିବ। ୧୨ ତାରିଖରେ ଆମେରିକା ଓ ୧୫ ତାରିଖରେ କାନାଡ଼ା ବିପକ୍ଷରେ ନିଜ ଅବଶିଷ୍ଟ ଦୁଇ ଗ୍ରୁପ୍ ‘ଏ’ ମ୍ୟାଚ୍‌ ଖେଳିବ। ୨୦୧୩ ମସିହାର ଚାମ୍ପିଅନ୍ସ ଟ୍ରଫି ପରଠାରୁ ଭାରତ କେବେ ଆଉ ଆଇସିସି ମୁକୁଟ ଜିତିପାରି ନଥିବାରୁ ମରୁଡ଼ିର ଅନ୍ତଘଟାଇବା ଆଶା ରଖିଛି ରୋହିତ ଶର୍ମା ସେନା।

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ବ୍ୟାଟିଂ କ୍ରମ କିଭଳି ହେବା ଉଚିତ ବୋଲି ମତ ରଖିଛନ୍ତି ପୂର୍ବତନ କ୍ରିକେଟର୍ ୱାସିମ୍ ଜାଫର। ଓଡ଼ିଶା ରଣଜୀ ଦଳର ପୂର୍ବତନ ପ୍ରଶିକ୍ଷକ ଜାଫରଙ୍କ ମତରେ ‘ବିରାଟ କୋହଲି ଓ ଯଶସ୍ବୀ ଜୟସ୍ବାଲ ଭାରତୀୟ ଦଳର ପାଳି ଆରମ୍ଭ କରିବା ଉଚିତ’। ନିଜ ‘ଏକ୍ସ’ ପୃଷ୍ଠାରେ ଜାଫର ଏହା ‌ଲେଖିବା ସହ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଭାରତ ୨୦୦୭ ପ୍ରଥମ ସଂସ୍କରଣରେ ବିଜେତା ହେବା ପରଠାରୁ ଏହି ଟ୍ରଫିକୁ ଆଉ ତୋଳି ଧରିବାର ସୁଯୋଗ ପାଇନାହିଁ। ୨୦୨୨ ମସିହାର ଗତ ସଂସ୍କରଣର ସେମିଫାଇନାଲ୍‌ରେ ଭାରତକୁ ଇଂଲଣ୍ଡ ୧୦ ୱିକେଟ୍‌ରେ ପରାସ୍ତ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button