ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି: ପ୍ରଧାନମନ୍ତ୍ରୀ – Kalinga News

[ad_1]
ବାଲେଶ୍ବର: ଯେଉଁ ବିଜେଡି ନେତାମାନଙ୍କ ପାଖରେ ଗୋଟିଏ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି। ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ନରହରି ପଡ଼ିଆଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ନେତାଙ୍କ ପାଖରେ ଖଣ୍ଡିଏ ସାଇକଲ ନଥିଲା, ଏବେ ସେମାନେ ବଡ଼ ଗାଡ଼ିରେ ଯିବା ଆସିବା କରୁଛନ୍ତି। ବିଜେଡି ନେତାମାନେ ଚାଷୀଙ୍କ ନାଁରେ ନକଲି କାଗଜାତ ଦେଇ ଋଣ ଉଠାଇନେଇଛନ୍ତି। ଆପଣଙ୍କ ପଇସା ନେଇ ବିଜେଡି ନେତାମାନେ ନିର୍ବାଚନ ଲଢୁଛନ୍ତି। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ଏ ସବୁ ଖେଳ ବନ୍ଦ କରିବ।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ କହିଛନ୍ତି, ବାଲେଶ୍ବରରେ କୃଷିକ୍ଷେତ୍ରର ଭଲ ସ୍ଥାନ। ଏଠାରେ ଧାନ, ପାନ ଏବଂ ମତ୍ସ୍ୟଚାଷର ବିକାଶ କରାଯାଇପାରିବ। ବିଜେପି ସରକାର ଆସିଲେ ଚାଷୀଙ୍କ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। କଟନୀ-ଛଟନୀ ହେବ ନାହିଁ। ଧାନର ମୂଲ୍ୟ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବା ମୁଁ କେବେ ଭୁଲି ପାରିବିନି। ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର କାମ କରିବ। ବିଜେଡି ପ୍ରାର୍ଥୀଙ୍କୁ ଲୋକମାନେ ଆଉ ଭୋଟ ଦେବାକୁ ଚାହୁଁନାହାନ୍ତି। ଲୋକ କହୁଛନ୍ତି ବିଜେଡିକୁ ଭୋଟ ଦେଲେ ବେକାର ହୋଇଯିବ। ବିଜେଡିକୁ ୨୫ ବର୍ଷ ଦେଲେ, ସେମାନେ ବିକାଶ ନାଁରେ ବିଶ୍ୱାଘାତ କରିଛନ୍ତି। ଓଡ଼ିଶାରେ ନୂଆ କଥା ଛାଡ଼, ପୂର୍ବରୁ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯାଇଛି। ବିଜେପିର ମୁଖ୍ୟମନ୍ତ୍ରୀ ହେବା କ୍ଷଣି ପର୍ଯ୍ୟଟନର ବିକାଶ ହେବ। ଓଡ଼ିଶାରେ ତୀର୍ଥଯାତ୍ରା, ସମୁଦ୍ର ପର୍ଯ୍ୟଟନର ବିକାଶ କରାଯିବ।
[ad_2]