ରାଜନୀତି

ଆଉ କିଛି ସମୟ ପରେ ନିର୍ବାଚନ ତାରିଖ ଘୋଷଣା – Kalinga News

[ad_1]

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଏଥିପାଇଁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସେ କହିଛନ୍ତି ଯେ ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି ଏବଂ ସମଗ୍ର ବିଶ୍ୱର ନଜର ଭାରତର ନିର୍ବାଚନ ଉପରେ ରହିଛି। ଏହି ନିର୍ବାଚନ ପାଇଁ ୫୫ ଲକ୍ଷ ଇଭିଏମର ବ୍ୟବହାର କରାଯିବ । ୧୦.୫ ଲକ୍ଷ ପୋଲିଂ ସେଣ୍ଟରରେ ଭୋଟ ଗ୍ରହଣ କରାଯିବ । ଦେଢ କୋଟି ପୋଲିଂ ଅଫିସର ଓ କର୍ମଚାରୀ ନିର୍ବାଚନ କାମରେ ନିୟୋଜିତ ହେବେ ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା  ୨୧ କୋଟି ରହିଛି । ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କ ଘରକୁ ଫର୍ମ ପଠାଇଦିଆଯିବ ।

ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ବର୍ତ୍ତମାନ ସୁଦ୍ଧା ( ସ୍ବାଧୀନତା ପରଠାରୁ) ୧୭ଟି ସାଧାରଣ ନିର୍ବାଚନ ଏବଂ ୪୦୦ରୁ ଅଧିକ ବିଧାନସଭା ନିର୍ବାଚନ କରାଇଛନ୍ତି। ସେହିପରି ୧୬ଟି ରାଷ୍ଟ୍ରପତି ନିର୍ବାଚନ ଓ ୧୬ଟି ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ନିର୍ବାଚନ ଆୟୋଗ ଦ୍ୱାରା ଅନୁଷ୍ଠିତ ହୋଇଛି। ସେ କହିଛନ୍ତି ଯେ ସେ ଗତ ୨ ବର୍ଷ ଧରି ନିର୍ବାଚନ ପାଇଁ ପ୍ରସ୍ତୁତି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button