ରାଜନୀତି

କିଛି ତାରକା ହିଟ୍‌, କିଛି ଫ୍ଲପ୍‌ – Kalinga News

[ad_1]

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଲିଉଡ୍‌ ତାରକାମାନେ ବିଭିନ୍ନ କାରଣରୁ ବେଶ୍‌ ଚର୍ଚ୍ଚାରେ ଥିଲେ। ତାରକାଙ୍କ ଦଳ ବଦଳ, ଜିରୋ-ହିରୋ ପ୍ରସଙ୍ଗ ଏବଂ ନିର୍ବାଚନ ପ୍ରଚାରରେ ତାରକାଙ୍କର ଅଂଶଗ୍ରହଣ ଗତ ୪ ମାସ ହେବ ନୂଆ ନୂଆ ଚର୍ଚ୍ଚା ଆଣି ଦେଇଥିଲା। ଏଥର କିଛି ତାରକାଙ୍କୁ ଓଡ଼ିଶାର ପ୍ରମୁଖ ଦଳଗୁଡ଼ିକ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ତାରକାଙ୍କୁ ପ୍ରଚାରରେ ଲଗାଇଥିଲେ। ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସିନେମା ହିଟ୍‌ ହେବାଭଳି କିଛି ତାରକା ବିଜୟୀ ହୋଇଛନ୍ତି, ଆଉ କିଛି ତାରକା ଫ୍ଲପ୍‌ ହୋଇ ପରାଜୟକୁ ବରଣ କରିଛନ୍ତି। ଗତ ନିର୍ବାଚନ ପୂର୍ବରୁ ଏକଦା ବିଜେଡିର ଷ୍ଟାର୍ ପ୍ରଚାରକ ଥିବା ଅରିନ୍ଦମ ରାୟ, ଆକାଶ ଦାସ ନାୟକ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ବଡ଼ ଚେହେରା ଦଳ ଛାଡ଼ିଥିଲେ। ଏ ‘ହିରୋ’ଙ୍କ ଲୋକପ୍ରିୟତା ଦେଖି ଯେଉଁ ଦଳ ଦି‌ନେ ତାଙ୍କୁ ଆପଣାଇଥିଲା, ସେମାନେ ଦଳ ଛାଡ଼ିବା ପରେ ‘ଜିରୋ’ କହି କଟାକ୍ଷ କରିଥିଲା। ଏମିତିକି ସେମାନେ ଦଳ ଛାଡ଼ିଲେ ଦଳକୁ କୌଣସି ଫରକ୍‌ ପଡ଼ିବ ନାହିଁ ବୋଲି କହିଥିଲା ବିଜେଡି। ହେଲେ କିଛିଦିନ ପରେ ଓଲିଉଡ୍‌ର ଅନ୍ୟ ଅଭିନେତ୍ରୀ ଓ ଅଭିନେତାଙ୍କୁ ଡାକି ବୈଠକ କରା ଯାଇଥିଲା। ଏହାପରେ ଏକାଧିକ ସିନେ ତାରକା ବିଜେଡି ପାଇଁ ପ୍ରଚାର ଆରମ୍ଭ କରିଥିଲେ।

ସଦାସର୍ବଦା ବିଜେଡିର ଗୁଣଗାନ କରୁଥିବା ଓଲିଉଡ୍‌ କୁଇନ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମାର୍ଚ୍ଚ ୧୮ ତାରିଖରେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିରେ ମିଶୁ ମିଶୁ ତାଙ୍କୁ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା ବିଜେଡି। ଫଳରେ ବିଜେଡିର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଥିଲା। ତେବେ ବିଜେଡି ଖେଳିଥିବା ସେଲିବ୍ରିଟି ଓ ମହିଳା କାର୍ଡ ଏଠି କାମ ଦେଇନାହିଁ। ଲୋକେ ନେତ୍ରୀ ଭାବେ ବର୍ଷାଙ୍କୁ ଗ୍ରହଣ କରି ନାହାନ୍ତି। ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ବର୍ଷାଙ୍କୁ ୬ ହଜାର ୩୧୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଶ୍ରୀ ନାୟକ ୭୧ ହଜାର ୯୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ୬୫ ହଜାର ୬୧୬ ଖଣ୍ଡ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବର୍ଷା।

କିଛି ବର୍ଷ ହେଲା କିଛି ନା କିଛି କଥାକୁ ନେଇ ନିୟମିତ ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ର ଗତ ଫେବ୍ରୁଆରି ମାସ‌ରେ କଂଗ୍ରେସରେ ମିଶିଥିଲେ। ଦଳ ତାଙ୍କୁ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ କରିଥିଲା। ହେଲେ ଓଡ଼ିଶାରେ ମୋଦୀ ହାୱା ଓ ନବୀନଙ୍କ ‌ଲୋକପ୍ରିୟତା ଆଗରେ ମନୋଜଙ୍କ ତାରକା ଚମକ କାମ କରିନାହିଁ। ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ୫ ଲକ୍ଷ ୮୨ ହଜାର ୬୧୫ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ୪ ଲକ୍ଷ ୫୭ ହଜାର ୩୨୫ ଖଣ୍ଡ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ମନୋଜ ମାତ୍ର ୨ ଲକ୍ଷ ୧୪୧୫୯ ଖଣ୍ଡ ଭୋଟ୍‌ ପାଇ ତୃତୀୟରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି।

ଚିରସବୁଜ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଚଳଚ୍ଚିତ୍ର ଭଳି ରାଜନୀତିରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ବ୍ରହ୍ମପୁର ଲୋକସଭାରୁ ସେ ଦୁଇଥର ବିଜେଡି ସାଂସଦ ହୋଇଛନ୍ତି। କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା। ତେଣୁ ଅସନ୍ତୁଷ୍ଟ ହୋଇ ୨୦୨୪ ନିର୍ବାଚନ ବିଗୁଲ୍‌ ବାଜିବା ପରେ ସେ ମାର୍ଚ୍ଚ ୨୮ ତାରିଖରେ ନୂଆଦିଲ୍ଲୀରେ ବିଜେପିରେ ମିଶିଥିଲେ। ପୂର୍ବରୁ ଦିଗପହଣ୍ଡିରୁ ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ହେଁ ଏଥର ସିଦ୍ଧାନ୍ତଙ୍କ ଉପରେ ଭରସା କରିଥିଲା ଦଳ। ସେ ଭରସାର ମୂଲ୍ୟ ରଖି ସିଦ୍ଧାନ୍ତ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ବିପ୍ଳବ ପାତ୍ରଙ୍କୁ ୧୬ ହଜାର ୮୭୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ହ୍ୟାଣ୍ଡସମ୍‌ ତାରକା ଆକାଶ ଦାସ ନାୟକ କୋରେଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଜେଡି ଟିକେଟ୍‌ରେ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନଥିଲା। ତାଙ୍କୁ ସନ୍ତୁଷ୍ଟ କରିବାକୁ ‘ମୋ କଲେଜ’ ଅଧ୍ୟକ୍ଷ ପଦ ଦିଆ ଯାଇଥିଲା। ଚଳିତ ଥର ମଧ୍ୟ ଟିକେଟ୍‌ ଆଶା ନଥିବା ଦେଖି ଆକାଶ ମାର୍ଚ୍ଚ ୩୦ରେ ବିଜେଡିରୁ ଇସ୍ତଫା ଦେଇ ମାର୍ଚ୍ଚ ୩୧ରେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ କୋରେଇରେ ପ୍ରାର୍ଥୀ କରିଥିଲା। ତାଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେଡିର ହେଭିୱେଟ୍‌ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସ। ଆକାଶ ଏ ଲଢ଼େଇରେ ସନ୍ଧ୍ୟାରାଣୀଙ୍କୁ ୫,୪୫୩ ଖଣ୍ଡ ଭୋଟ୍‌ରେ ହରାଇ ବିଜୟୀ ହୋଇଛନ୍ତି।

ସେହିଭଳି ଆକ୍ସନ ତାରକା ଅରିନ୍ଦମ ରାୟ କଟକ-ବାରବାଟୀରୁ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ମାର୍ଚ୍ଚ ୧୫ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ବିଜେପି ତାଙ୍କୁ ସାଲେପୁରରୁ ଟିକେଟ୍‌ ଦେଇଥିଲା। କିନ୍ତୁ ନିଜର ପ୍ରଥମ ନିର୍ବାଚନୀ ଲଢ଼େଇରେ ଅରିନ୍ଦମ ସଫଳ ହୋଇ ପାରିନାହାନ୍ତି। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ସେ ୭,୫୯୪ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ଉଲ୍ଲେଖନୀୟ ଯେ ନିକଟ ଅତୀତରେ ଅଭିନେତା ମନୋଜ ମିଶ୍ରଙ୍କ ସହିତ ଅରିନ୍ଦମଙ୍କ ବିବାଦ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଛୋଟ ପ୍ରସଙ୍ଗରୁ ଆରମ୍ଭ ହୋଇେ ତାହା ସାଂଘାତିକ ରୂପ ନେଇଥିଲା। ମନୋଜଙ୍କର ରାଜନୀତି ପ୍ରବେଶ ପଛରେ ସେହି ବିବାଦ କାରଣ ଥିଲା କହିଲେ ଭୁଲ୍‌ ହେବନାହିଁ। କିନ୍ତୁ ଦୁଃଖର କଥା ହେଉଛି, ଏହି ନିର୍ବାଚନରେ ଅରିନ୍ଦମ ଓ ମନୋଜଙ୍କ ଭିତରୁ କେହି ବିଜୟୀ ହୋଇ ନାହାନ୍ତି। ସେହିପରି ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଥିବା ସୁପରଷ୍ଟାର ଅନୁଭବ ମହାନ୍ତି ତାଙ୍କୁ ଦଳ ଅଣଦେଖା କରୁଥିବାରୁ ଟିକେଟ ମିଳିବାର ଆଶା ନଦେଖି ଗତ ମାର୍ଚ୍ଚ ୩୦ରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ଟିକେଟ୍‌ ମିଳିନଥିଲା। ଉଲ୍ଲେଖନୀୟ ଅନୁଭବ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତକରି ଲୋକସଭାକୁ ଯାଇଥିଲେ। ଏଥର ସେହି ବୈଜୟନ୍ତ ବିଜେପି ଟିକେଟରେ କେନ୍ଦ୍ରାପଡ଼ାରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ପରାସ୍ତ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button