ଗୌତମ ଗମ୍ଭୀର ହେବେ ଭାରତୀୟ ଦଳର ନୂଆ କୋଚ୍ ! ଖୁବଶୀଘ୍ର ବିସିସିଆଇ ପକ୍ଷରୁ ହୋଇପାରେ ଔପଚାରିକ ଘୋଷଣା – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର କୋଚ୍ ଭାବେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀରଙ୍କ ନିଯୁକ୍ତି ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ବିସିସିଆଇ ଯେକୌଣସି ସମୟରେ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିପାରେ। ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯିବ। ମିଳିଥିବା ସୂଚନା ଅନୁଯାୟୀ, କୋଚ୍ ପଦ ପାଇଁ ବିସିସିଆଇ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କ ନାମ ଔପଚାରିକଭାବେ ଘୋଷଣା ହୋଇନଥିଲେ ବି ଗମ୍ଭୀରଙ୍କ ନାମରେ ମୋହର ଲାଗିଛି ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟରେ ଦଳରେ ସ୍ଥାନ ଦିଆଯାଏ, ତେବେ ସେ ପ୍ରଥମ ଥର ପାଇଁ କୌଣସି ଜାତୀୟ ଦଳର ପ୍ରଶିକ୍ଷକ ହେବେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଗୌତମ ଗମ୍ଭୀର ଲକ୍ଷ୍ନୌ ସୁପରଜାଏଣ୍ଟସର ମେଣ୍ଟର ଥିଲେ ଏବଂ ନିକଟରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ଜିତିଥିଲା। ଏହା ପରେ ବିସିସିଆଇ ସଚିବ ଜୟ ଶାହା ଓ ଗମ୍ଭୀରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ଟି୨୦ ବିଶ୍ବକପ୍ ପରେ କୋଚ ପଦ ଛାଡ଼ିବେ ।
[ad_2]




