ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ପାଣି ପିଉଛନ୍ତି କି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ , ଶୋଇବା ପୂର୍ବରୁ ପାଣି ପିଇବା ଏକ ଭଲ ଅଭ୍ୟାସ ହୋଇଥାଏ । ଏହା ଆମ ଶରୀରର ତାପମାତ୍ରାକୁ ନିୟମିତ ରଖିବା ଏବଂ ମୁଣ୍ଡ ବିନ୍ଧା ଆଦି ସମସ୍ୟାକୁ ଦୂର କରିଥାଏ । ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି ଯେ ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା ହାର୍ଟ ଆଟର୍କ ଆସିବାର ସମ୍ଭାବନା କମ ରହିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଏହା ସଫଳ ଓ ଠିକ ହୋଇନଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଆପଣ ବାରମ୍ବାର ନିଦ୍ରାରୁ ଜାଗ୍ରତ ହୋଇଥାଆନ୍ତି,

ଏବଂ ପୁନଃ ବାର ପାଣି ପିଇବା ଆଉ ଥରେ ଉଠିବା ଆଦି ଆପଣଙ୍କ  ନିଦ୍ରା କୁ ଭଙ୍ଗ କରେ । ଯାହାର ପ୍ରଭାବ ଆପଣଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । କମ ସମୟ ନିଦ ହେବା ଦ୍ଵାରା ଆପଣଙ୍କୁ ବିରକ୍ତି ଆସିଥାଏ । ରାତିରେ ପାଣି ପିଇବା ଦ୍ଵାରା ଆପଣଙ୍କୁ ବ୍ଳାଡର ସମସ୍ୟା ଦେଖାଯାଇପାରେ , ଏହା ଆପଣଙ୍କ ବ୍ଳାଡରକୁ ଅତ୍ୟଧିକ ସଂକ୍ରମଣ ମଧ୍ୟ କରିପାରେ ।

ଆପଣ ଶୋଇଥାନ୍ତି କିନ୍ତୁ ଆପଣଙ୍କ ମସ୍ତିସ୍କ ଜାଗ୍ରତ ରହିଥାଏ । ଯଦି ଆପଣଙ୍କୁ ମଧୁମୟ ଅଛି ତେବେ ଏହା ବୃଦ୍ଧି ହୋଇପାରେ । ଯେତେ ବେଳେ  ଆପଣଙ୍କ ର ନିଦ ବିଚଳିତ ହୋଇଥାଏ , ତେବେ ଆପଣ ମାନସିକ ରୋଗର ଶିକାର ମଧ୍ୟ ହେଇପାରନ୍ତି । ଏହି ପରିସ୍ଥିତିରେ ମାନସିକ ଚାପ ହୋଇପାରେ ।

ତେଣୁ ଆପଣ ଶୋଇବାର ଏକ କିମ୍ବା ଦୁଇ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ୍ । ତାହାରି ଭିତରେ ଯଦି ପରିସ୍ରା ଲାଗିଥାଏ ତେବେ ଯାଇକି ଆସି ଶୋଇବେ , ଏହା ଦ୍ଵାରା ଆପଣଙ୍କ  ନିଦ୍ରା ରେ କୋଣସି ଅସୁବିଧା ହୋଇନଥାଏ ବା ଆପଣଙ୍କୁ ବାରମ୍ବାର ଉଠିବାକୁ ପଡିନଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା  ଆସୁଥିବା ସମସ୍ୟା ସମ୍ବନ୍ଧରେ କିଛି ଉପଦେଶ ଦେଇଛନ୍ତି  ଡାକ୍ତର  ହରିଶ ଚୌଧୁରୀ ।

ଆମେ ସକାଳେ ଉଠିଲା ପରେ ପାଣି ପିଇବା ଉଚିତ ନା ଶୋଇବା ପୂର୍ବରୁ ଏହି ପ୍ରଶ୍ନ ସମସ୍ତକୁ  ମନରେ ଆସିଥାଏ । ସକାଳେ ପାଣି ପିଇବା ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଯଦି ଆପଣ ଖାଇବାର ସାଙ୍ଗେ ସାଙ୍ଗେ ଶୋଇନ ଥାନ୍ତି ତେବେ ଏହି ପରିସ୍ଥିତିରେ ଏକ ଗ୍ଲାସ ପାଣି ପିଇବା ଠିକ । ରାତିରେ ଆମେ ଯେଉଁ ଆଠ ଘଣ୍ଟା ଶୋଇଥାଉ ତେବେଏକ ଗ୍ଳାସ ପାଣି  ଆମ ସ୍ଵାସ୍ଥ ପାଇଁ ଉପକାରୀ ହୋଇଥାଏ ।

ରାତ୍ରି ସମୟରେ ତାପମାତ୍ରା କୁ ନିୟମିତ ରଖିବା ପାଇଁ ମଧ୍ୟ ପାଣି ର ଭୂମିକା ଗୁରୁତ୍ଵ ରହିଥାଏ । ସେହି ପରି ଆମ ଶରୀରର ହଜମ ପ୍ରକ୍ରିୟା ଠାରୁ ଆରମ୍ଭ କରି ହରମୋନ , ରକ୍ତ ର ସଞ୍ଚାଳନ ଓ ତାପମାତ୍ରା କୁ ପାଣି କଣ୍ଟ୍ରୋଲ କରିଥାଏ । ରାତିରେ ଖାଇବାର ଘଣ୍ଟା ବା ଅଧ ଘଣ୍ଟା ପରେ ପାଣି ପିଇବା  ଉଚିତ୍ ଏବଂ ଏହାର କିଛି ସମୟ ପରେ ନିଦ୍ରା ଯିବା ଆମ ଶରୀର ପାଇଁ ସ୍ଵାସ୍ଥ ଠିକ ହୋଇଥାଏ ।

ଖାଇସାରିଲା ପରେ ପାଣି ପିଇ ଶୋଇବା ଆମ ଶରୀର ପାଇଁ ଉପଯୁକ୍ତ ହୋଇନଥାଏ । ଶୋଇବାର ଘଣ୍ଟା ପୂର୍ବରୁ ପାଣି ପିଇବା ଆମ ଶରୀର ର ତାପମାତ୍ରା କୁ ନିୟନ୍ତ୍ରଣ କରିବା ସହିତ ସୁଖଦାୟକ ନିଦ୍ରା ପ୍ରଦାନ କରିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଶେୟାର କରି ଆମ ସହିତ ଯୋଡି ହୋଇ ରହିବା ପାଇଁ ଲାଇକ କରି ଆପଣଙ୍କ ମତକୁ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button