ଅପରାଧ

ଆପ୍‌ ଭଏସ କ୍ଲୋନିଂ ଅପରାଧର ଆଶଙ୍କା ବଢ଼ୁଛି: ସତର୍କ କଲେ ସାଇବର ବିଶେଷଜ୍ଞ – Kalinga News

[ad_1]

ଭୁବନେଶ୍ବର: ମଧ୍ୟପ୍ରଦେଶରେ ଜଣେ ଦୁର୍ବୃତ୍ତ ଏଆଇ ଭଏସ୍ ଚେଞ୍ଜିଂ ଆପ୍‌ ଦ୍ବାରା ସ୍ବର ବଦଳାଇ ଛାତ୍ରୀଙ୍କୁ ଭୁଆଁ ବୁଲାଇବା ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ଖେଳଇ ଦେଇଛି। ସ୍କଲାରସିପ୍‌ ପାଇଁ ସାହାଯ୍ୟ କରିବା ବାହାନା ଦେଖାଇ କଲେଜର ଜଣେ ଅଧ୍ୟାପିକାଙ୍କ ଭଏସ୍‌ କ୍ଲୋନିଂ କରି ୭ ଜଣ ଆଦିବାସୀ ଛାତ୍ରୀଙ୍କୁ ନିଛାଟିଆ ଯାଗାକୁ ଡାକି ଦୁଷ୍କର୍ମ କରିଛି ସେହି ଦୁର୍ବୃତ୍ତ। ଏକ ସପ୍ତାହ ମଧ୍ୟରେ ଅଭିଯୁକ୍ତ ନିଛାଟିଆ ସ୍ଥାନକୁ ଡାକି ଜଣକ ପରେ ଜଣେ ଛାତ୍ରୀମାନଙ୍କୁ ଦୁଷ୍କର୍ମ କରିଥିଲା। ପରେ ସେମାନଙ୍କ ଠାରୁ ଫୋନ୍‌ ଛଡ଼ାଇ ନେଉଥିଲା‌। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ତା’ର ୩ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି। ଏହି ଭଳି ଭଏସ୍‌ କ୍ଲୋନିଂ ଆପ ବ୍ୟବହାର କରି ଅପରାଧ କରା ଯାଇଥିବା ପୂର୍ବରୁ ଓଡ଼ିଶାର ସାଇବର ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଠକମାନେ ଭଏସ୍‌ ଆପ୍‌ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ସ୍ବରରେ ତାଙ୍କ ପରିବାର ଲୋକଙ୍କୁ ଅସୁବିଧାରେ ପଡ଼ିଥିବା କହିବା ସହିତ ଏକ ନମ୍ବରକୁ ‌ଅନ୍‌ଲାଇନ୍‌ରେ ‌ଟଙ୍କା ପଠାଇବାକୁ କହିଥିଲେ। ଏଭଳି କିଛି ମାମଲା ରାଜଧାନୀରେ ଦେଖିବାକୁ ମିଳିଛି। ତେବେ ଭୁବନେଶ୍ବରରେ ଯେଉଁ ଭଏସ୍‌ କ୍ଲୋନିଂ ମାମଲାଗୁଡ଼ିକ ହୋଇଛି, ସେସବୁ ବିଶେଷ ବଡ଼ ନୁହେଁ। କିନ୍ତୁ ଆହୁରି ସାଂଘାତିକ ଘଟଣା ଏଠାରେ ଘଟିବାର ସବୁ ଆଶଙ୍କା ରହିଛି। ତେଣୁ ଓଡ଼ିଶାବାସୀ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସାଇବର୍‌ ଅପରାଧ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଭଏସ କ୍ଲୋନିଂ ଆପ ଗୁଗୁଲରୁ ଏବେ ଅତି ସହଜରେ ଡାଉନ୍‌ଲୋଡ୍ କରାଯାଇ ପାରୁଛି। ଏହାସହ ଏହି ଆପ୍‌ଗୁଡ଼ିକରେ ଭଏସ୍‌ କ୍ଲୋନିଂ ମଧ୍ୟ ବହୁତ ସହଜ ହୋଇଥିବାରୁ ଏହାର ଦୁରୁପଯୋଗ ମଧ୍ୟ ସହଜ ‌ହୋଇ ଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଆସିବା ପରେ ଇଣ୍ଟରନେଟ୍ ତଥା ଗୁଗୁଲ ପ୍ଲେଷ୍ଟୋ‌ର୍‌ରେ ବିଭିନ୍ନ ପ୍ରକାରର ମୋବାଇଲ ଆପ୍ଲିକେସନ୍ ଆସୁଛି। ସେଥିରେ ମଧ୍ୟରୁ କିଛି ଆପ୍ କଲ୍ ସମୟରେ ଲୋକଙ୍କ ଭଏସ୍ ବଦଳାଇବାର ସୁବିଧା ମଧ୍ୟ ଦେଉଛନ୍ତି। ଏହି ଆପ୍ଲିକେସନ ବ୍ୟବହାର କରି ବୟସ୍କ, ଛୋଟପିଲା, ମହିଳା, ବ୍ୟକ୍ତି କିମ୍ବା କମ୍ପ୍ୟୁଟର ରୋବଟର ଭଏସ୍‌ରେ ମଧ୍ୟ କଲରେ କଥା କରାଯାଇ ପାରୁଛି। ଭଏସ କ୍ଲୋନିଂ ହେବାପରେ ଏହାକୁ ଜାଣିବା ସାଧାରଣ ଲୋକଙ୍କ ପକ୍ଷରେ କଷ୍ଟକର। ତେଣୁ ଅଜଣା ଫୋନ୍‌ ନମ୍ବରରରୁ କେହି କଲ୍‌ କରି ଡାକିଲେ ଏକୁଟିଆ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏବାବଦ‌ରେ ସ୍ଥାନୀୟ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ‘‘ଅଜଣା ନମ୍ବରରୁ କଲ୍‌ ଆସିଲେ ଏହାକୁ ବିଶ୍ବାସ କରନ୍ତୁ ନାହିଁ। ଯଦି କୌଣସି ଅଜଣା ନମ୍ବରରୁ କେହି ନିଜ ଲୋକର ସ୍ବରରେ କଲ୍‌କରି ଟଙ୍କା କିମ୍ବା ଅନ୍ୟ କୌଣସି ସହାୟତା ମାଗୁଛି, ତେବେ ତାଙ୍କ ନିଜ ନମ୍ବରକୁ କଲ୍‌କରି ଥରେ ଯାଞ୍ଚ କରି ନିଅନ୍ତୁ। କେହି ମହିଳାଙ୍କ ସ୍ବରରେ ଲୋଭନୀୟ କଥାକହି କୌଣସି ସ୍ଥାନକୁ ଡାକୁଛି, ତେବେ ଯାଆନ୍ତୁ ନାହିଁ କିମ୍ବା ପରିବାର ଲୋକଙ୍କ ସାଙ୍ଗରେ ଯାଆନ୍ତୁ। ଏକୁଟିଆ ଆଦୌ ଯାଆନ୍ତୁ ନାହିଁ। ଯଦି ଆପଣଙ୍କ ସହ କୌଣସି ଅପରାଧ ହେଉଛି କିମ୍ବା କାହା ସହ ଏଭଳି ଅପରାଧ ହେଉଥିବା ଜାଣୁଛନ୍ତି, ତେବେ ସାଙ୍ଗେ ସାଙ୍ଗେ ସାଇବର ହେଲ୍ପଲାଇନ କିମ୍ବା ଥାନାରେ ଅଭିଯୋଗ କରନ୍ତୁ।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button