ଦେଶ- ବିଦେଶ

ଗୋଟିଏ ଗରିବ ଦୋକାନୀର ଝିଅ IAS ହୋଇ ଉଜ୍ଵଳ କଲେ ପିତାଙ୍କ ନାମ, ବିନା କୌଣସି କୋଚିଙ୍ଗ ରେ ଏମିତି ପାଇଲେ ସଫଳତା

ଜୀବନରେ ସଫଳତା କେବଳ ସେହି ବ୍ୟକ୍ତିଙ୍କ ନିକଟକୁ ଆସିଥାଏ ଯିଏ ଶକ୍ତିଶାଳୀ ଏବଂ କିଛି କରିବାକୁ ଆଗ୍ରହ ଥାଏ । ହଁ, ଯଦି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରେ ତେବେ ତାଙ୍କ ପାଇଁ କିଛି ଅସମ୍ଭବ ନୁହେଁ । ଏହା ଅନେକ ଥର ଦେଖାଯାଇଛି ଯେ, ବହୁତ ସୁଖ ସୁବିଧା ମିଳି ମଧ୍ୟ କିଛି ଯୁବକମାନେ ସେମାନଙ୍କ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି ନାହିଁ, କିନ୍ତୁ ବେଳେବେଳେ କିଛି ଗରିବ ଯୁବକ ନିଜର ଦୃଢ ସଂକଳ୍ପ ବଳରେ କିଛି ଏମିତି କରି ଯାଆନ୍ତି ଯେଉଁ କାରଣରୁ ଏମାନଙ୍କ ନାମ ପୁରା ଦୁନିଆରେ ଫେମସ ହେଇଯାଏ ।

ଏମିତିରେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ସମସ୍ତ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଇ ମଧ୍ୟ କ୍ୟାରିୟରରେ ସଫଳତା ହାସଲ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଉଦାହରଣ ଦେବାକୁ ଯାଉଛୁ । ଆମେ ଆପଣଙ୍କୁ ଦେଶର ଏପରି ଏକ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବିନା କୋଚିଂ ରେ ନିଜ ଦମ ରେ UPSC ପରୀକ୍ଷାରେ ଟପ କରିଛନ୍ତି । କେବଳ ଏତିକି ନୁହେଁ, ଏହା ପୂର୍ବରୁ ମଧ୍ୟ ଏହି ଝିଅ ଗୋଲ୍ଡ ମେଡାଲ ଜିତି ସାରିଛନ୍ତି ।

UPSC ପରୀକ୍ଷା ଏକ କଠିନ ପରୀକ୍ଷା ବୋଲି କୁହାଯାଏ । ଯେଉଁଥିରେ ଲୋକମାନେ ଥରେ ସଫଳତା ପାଇବା ପାଇଁ ଇଚ୍ଛା କରନ୍ତି । ସେଇଠି କିଛି କ୍ୟାଣ୍ଡିଡେଟ ଏମିତି ଅଛନ୍ତି ଯେଉଁମାନେ ସେମାନଙ୍କର କଠିନ ପରିଶ୍ରମ ବଳରେ ଏହି ସଫଳତାର ଶୀର୍ଷରେ ପହଞ୍ଚନ୍ତି । ଆମେ ଆପଣଙ୍କୁ ଯେଉଁ ଝିଅଙ୍କ ବିଷୟରେ କହୁଛୁ , ତାଙ୍କର ନାମ ହେଲା ନମାମି ବନ୍ସଲ, ଯିଏ 2017 ରେ ଉତ୍ତରାଖଣ୍ଡ UPSC ରେ ଟପ କରି ନିଜ ପିତାଙ୍କର ନାମ ଉଜ୍ବଳ କରିଥିଲେ ।

ଆପଣଙ୍କୁ କହି ଦେଉଛୁ କି ନମାମି ବନ୍ସଲ ଲାଜପତ ରାୟ ମାର୍ଗର ଋଷିକେଶ ର ନିବାସୀ ଅଟନ୍ତି । ତାଙ୍କ ପିତା ରାଜ୍କୁମାର ବନ୍ସଲଙ୍କର ଋଷିକେଶ ରେ ହିଁ ଏକ ବାସନ ଦୋକାନ ଅଛି । ଦିନେ ଯେତେବେଳେ ତାଙ୍କ ପାଖକୁ ଫୋନ ଆସିଲା କି ତାଙ୍କ ଝିଅ ଆଇଏଏସ ପରୀକ୍ଷାରେ ପାସ ହୋଇ ଯାଇଛି ତ ତାଙ୍କ ଖୁସିର କୌଣସି ଠିକଣା ରହିଲା ନାହିଁ ।

ନମାମି ବନ୍ସଲ ନିଜର ପ୍ରାଥମିକ ସ୍ତରରୁ ନେଇ ଇଣ୍ଟର ପର୍ଯ୍ୟନ୍ତ ଶିକ୍ଷା ଏନଡ଼ିଏମ ଗୁମାନିବାଲା ରୁ ଗ୍ରହଣ କରିଥିଲେ । ଦଶମ ଶ୍ରେଣୀରେ ସେ 92.4 ପ୍ରତିଶତ ମାର୍କ ରଖିଥିଲେ ଓ ଇଣ୍ଟର ରେ ତାଙ୍କର 94.8 ପ୍ରତିଶତ ମାର୍କ ଆସିଥିଲା । ସ୍କୁଲ ରେ ସେ ପଢାରେ ବହୁତ ହୁସିଆର ଥିଲେ । ଏତେ ଭଲ ନମ୍ବର ରଖି ସେ ଋଷିକେଶ ର ନାମ ଉଜ୍ବଳ କରିଥିଲେ ।

ନମାମି ବନ୍ସଲ ବିଏ ଅର୍ଥ ଶାସ୍ତ୍ର ଅନର୍ସ ଲେଡି ଶ୍ରୀ ରାମ କଲେଜ ଦିଲ୍ଲୀ ଓ ଏମଏ ଓପନ ୟୁନିଭର୍ସିଟି ହଲ୍ଦାନୀରୁ ଅର୍ଥ ଶାସ୍ତ୍ର ବିଷୟରେ କରିଛନ୍ତି । ଆପଣଙ୍କୁ କହି ଦେଉଛୁ କି ଏମଏ ରେ ଓପନ ୟୁନିଭର୍ସିଟି ର ନମାମି ବନ୍ସଲ ଟପର ଥିଲେ । ନାମାମି ଙ୍କୁ ରାଜ୍ୟପାଳ କେକେ ପାଲ 17 ଏପ୍ରିଲ 2017 ରେ ଗୋଲ୍ଡ ମେଡାଲ ରେ ସମ୍ମାନିତ କରିଥିଲେ । ଇଣ୍ଟରଭ୍ୟୁ ସମୟରେ ନମାମି ଏହା କହିଥିଲେ କି ସେ ପରୀକ୍ଷା ପାସ କରିବା ପାଇଁ କୌଣସି ବି ପ୍ରକାରର କୋଚିଙ୍ଗ ନେଇ ନଥିଲେ । ଇଣ୍ଟର୍ନେଟ ସାହାର୍ଯ୍ୟରେ ସେ ସବୁ ବିଷୟରେ ପ୍ରସ୍ତୁତ ହୋଇଥିଲେ । ନିଜ ଦମ ରେ ସେ ପରୀକ୍ଷା ପାସ କରିଥିଲେ ।

ନାମାମୀଙ୍କର କହିବା କଥା କି ଯଦି ପରୀକ୍ଷାର ପ୍ରସ୍ତୁତି ପାଇଁ ଇଣ୍ଟର୍ନେଟ ର ଠିକ ଉପଯୋଗ କରାଯାଏ ତେବେ ଏଥିରୁ ସବୁ ସୂଚନା ମିଳିପାରେ । କୋଚିଙ୍ଗ ଓ ବହି ଠାରୁ ଅଧିକ ସୂଚନା ଇଣ୍ଟର୍ନେଟ ରୁ ଆମକୁ ମିଳିପାରେ । ନମାମି ବନ୍ସଲ ଇଣ୍ଟର୍ନେଟ କୁ ପଢିବାର ସବୁଠୁ ଭଲ ମାଧ୍ୟମ ବୋଲି କହିଛନ୍ତି । ଆପଣଙ୍କୁ କହି ଦେଉଛୁ କି ନମାମି ବନ୍ସଲ UPSC ର ଶିବିଲ ପରୀକ୍ଷାରେ ୧୭ ତମ ସ୍ଥାନ ହାସଲ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button