ରାଜନୀତି

କାହାକୁ ମିଳିବ କେତେ? ୪୦୦ ବନାମ୍ ୩୫୦ – Kalinga News

[ad_1]

ନୂଆଦିଲ୍ଳୀ: ଷଷ୍ଠ ପର୍ଯ୍ୟାୟ ମତଦାନ ସହିତ ସାଧାରଣ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ଆସି ପହଂଚିଛି। ଲୋକସଭାର ୫୪୩ ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୮୬ଟି ଆସ‌ନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିର୍ବାଚନରେ କାହାକୁ କେତେ ଆସନ ମିଳିଛି ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଲଢ଼େଇ ଚାଲିଛି। ବିଜେପି ନେତୃତ୍ବରେ ଏନ୍‌ଡିଏ ୪୦୦ରୁ ଅଧିକ ଆସନ ପାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଆସନ ସଂଖ୍ୟା ଆକଳନକୁ ନେଇ ଗୁରୁତ୍ବ ବଢ଼ିଯାଇଛି। ଏହି ଆକଳନରେ ଦଳର ବରିଷ୍ଠ ନେତାମାନେ ମଧ୍ୟ ପଛରେ ନୁହନ୍ତି। ବିଜେପି କହୁଛି ଯେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଏହା ୩୦୦ରୁ ଅଧିକ ଆସନ ପାଇଥିବା ବେଳେ କଂଗ୍ରେସ କହୁଛି ଯେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ୨୭୨କୁ ଅତିକ୍ରମ କରିଯାଇଛି ଇଣ୍ଡିଆ ମେଣ୍ଟ।

ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଧାର୍ଯ୍ୟ ୪୦୦ ଆସନ ଲକ୍ଷ୍ୟ ନିଶ୍ଚିତ ଭାବେ ଅତିକ୍ରମ କରିବ ଏନ୍‌ଡିଏ। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା କେବଳ ବିଜେପି ୩୧୦ରୁ ଅଧିକ ଆସନ ହାସଲ କରି ସାରିଛି। ଅବଶିଷ୍ଟ ଦୁଇଟି ପର୍ଯ୍ୟାୟରେ ୪୦୦ ଆସନ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବନାହିଁ। ନିର୍ବାଚନରେ ରାହୁଲ ଗାନ୍ଧୀ ଏବଂ ଲାଲୁ ଯାଦବ ଭାସିଯିବେ। ସେମାନଙ୍କର କୌଣସି ସତ୍ତା ରହିବ ନାହିଁ। ଏପରିକି ବିହାରେରେ ଇଣ୍ଡିଆ ମେଣ୍ଟ ଏହାର ଖାତା ଖୋଲିପାରିବ ନାହିଁ। ୨୦୧୯ ନିର୍ବାଚନ ତୁଳନାରେ ଏନ୍‌ଡିଏ ବହୁତ ଭଲ ପ୍ରଦର୍ଶନ କରିବ। ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ‌ଯେ ଏହି ନିର୍ବାଚନରେ ଏନ୍‌ଡିଏର ଶୋଚନୀୟ ପରାଜୟ ହେବ। ଏହାକୁ କେହି ରକ୍ଷା କରିପାରିବେ ନାହିଁ। କଂଗ୍ରେସ ନେତୃତ୍ବରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ। ସେ କହିଛନ୍ତି, ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଇଣ୍ଡି ମେଣ୍ଟକୁ ଆବଶ୍ୟକ ୨୭୨ ଆସନ ମିଳିସାରିଛି। ନିର୍ବାଚନରେ ମେଣ୍ଟକୁ ୩୫୦ରୁ ଅଧିକ ଆସନ ମିଳିବ। ଦକ୍ଷିଣରେ ବିଜେପି ସଫା ହୋଇଯାଇଥିବା ବେଳେ ଉତ୍ତର ଭାରତରେ ଏହାର ଆସନ ସଂଖ୍ୟା ଅଧିକ ହୋଇଯାଇଛି। ମହାରାଷ୍ଟ୍ର, ୟୁପି, ବିହାର ଏବଂ ଦିଲ୍ଲୀରେ ମେଣ୍ଟକୁ ଆଶା ଠାରୁ ଅଧିକ ଆସନ ମିଳିଛି। ତେବେ ଏଥିରେ କଂଗ୍ରେସ କେତେ ଆସନ ପାଇଛି, ସେସଂପର୍କରେ ସେ ନିରବ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଯେତେ ଆସନରେ ନିର୍ବାଚନ ହୋଇଛି ଗତ ନିର୍ବାଚନରେ ବିଜେପିକୁ ୨୭୮ ଆସନ ମିଳିଥିଲା। କିନ୍ତୁ ଏଥର ଏନଡିଏ ପାଇଁ ଏତେ ସହଜ ହେବନାହିଁ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ସେମାନଙ୍କ ମତରେ ବିରୋଧୀ ମେଣ୍ଟ ଉତ୍ତର ପ୍ରଦେଶ ସମେତ ମହାରାଷ୍ଟ୍ର, ଦିଲ୍ଲୀ, ହରିଆଣା, କର୍ଣ୍ଣାଟକ, ତାମିଲନାଡ଼ୁ, ବିହାର, କେରଳ ଭଳି ରାଜ୍ୟରେ ଏନ୍‌ଡିଏକୁ ଟକ୍କର ଦେଉଛି। ତେଣୁ ଏହାର ଭରଣା ପାଇଁ ବିଜେପି ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ଉପରେ ଆଖି ପକାଇଛି। ପରିସ୍ଥିତି ଏବେ ଅସ୍ପଷ୍ଟ ରହିଥିବା ବେଳେ କାହାକୁ କେତେ ଆସନ ମିଳିବ, ତାହା ଜୁନ୍ ୪ ତାରିଖରେ ହିଁ ଜଣାପଡ଼ିବ। ଏଠାରେ ଉଲ୍ଳେଖ କରାଯାଇପାରେ ଯେ ଗତ ୨୦୧୯ ନିର୍ବାଚନରେ ବିଜେପି ଏକାକୀ ୩୦୩ ଆସନ ହାସଲ କରିଥିବା ବେଳେ କଂଗ୍ରେସକୁ ମିଳିଥଲା ମାତ୍ର ୫୨ଟି ଆସନ। ଏଥର ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ମୁକାବିଲା ଲାଗି କଂଗ୍ରେସ ଅନ୍ୟ ବିରୋଧୀ ଦଳ ସହ ମିଶି ଇଣ୍ଡି ମେଣ୍ଟ ଗଠନ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button