ଖେଳ ଖବର

ମାଲେସିଆ ମାଷ୍ଟର୍ସ: ଫାଇନାଲ୍‌ରେ ସିନ୍ଧୁ – Kalinga News

[ad_1]

କୁଆଲାଲମ୍ପୁର: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ଥାଇଲାଣ୍ଡ୍‌ର ଅଙ୍ଗବାମ୍‌ରୁଙ୍ଗଫାନ୍‌ ବୁସାନାନଙ୍କ ବିପକ୍ଷ ପ୍ରଥମ ଗେମ୍‌କୁ ୧୩-୨୧ରେ ହାରିଯିବା ପରେ ପରବର୍ତ୍ତୀ ଦୁଇଟିକୁ ୨୧-୧୬, ୨୧-୧୨ରେ ଜିତି ନେଇଥିଲେ। ୮୮ ମିନିଟ୍‌ ଧରି ଏହି ସେମିଫାଇନାଲ୍ ମ୍ୟାଚ୍‌ ଖେଳାଯାଇଥିଲା। ବୁସାନାନଙ୍କ ବିପକ୍ଷରେ ୧୮ତମ ବିଜୟ ପାଇଛନ୍ତି ସିନ୍ଧୁ। ୨୦୧୯ ହଂକଂ ଓପନରେ ଥରେମାତ୍ର ସେ ସିନ୍ଧୁଙ୍କୁ ହରାଇଥିଲେ। ଦୁଇ ବର୍ଷ ଧରି କୌଣସି ଟ୍ରଫି ଜିତି ନଥିବା ସିନ୍ଧୁଙ୍କ ପାଇଁ ଏହି ବିଡବଲ୍ୟୁଏଫ୍‌ ବିଶ୍ବ ଟୁର୍ ସୁପର୍‌ ୫୦୦ ମୁକୁଟ ଜିତିବାର ସୁଯୋଗ ରହିଛି। ‌ବିଶ୍ବ ମାନ୍ୟତାର ୧୫ତମ ସ୍ଥାନରେ ଥିବା ସିନ୍ଧୁ ଶେଷ ଥର ପାଇଁ ୨୦୨୨ରେ ସିଙ୍ଗାପୁର ଓପନ୍ ଜିତିବା

ସହ ମାଦ୍ରିଡ୍‌ ମାଷ୍ଟର୍ସରେ ଉପ ବିଜେତା ହୋଇଥିଲେ। ମାଲେସିଆ ମାଷ୍ଟର୍ସ ଫାଇନାଲ୍‌ରେ ସିନ୍ଧୁ ଭେଟିବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବିଶ୍ବର ୭ ନମ୍ବର ଚାଇନିଜ୍ ଖେଳାଳି ୱାଙ୍ଗ୍ ଝି ୟିଙ୍କୁ। ଗତ ଆର୍କଟିକ୍ ଓପନ୍‌ରେ ୱାଙ୍ଗ୍‌ଙ୍କଠାରୁ ସିନ୍ଧୁ ହାରିଯାଇଥିଲେ ମଧ୍ୟ ଶେଷ ୩ ମୁକାବିଲାରୁ ୨ଟିରେ ଜିତିଛନ୍ତି। ଶେଷ ଦୁଇ ଅଲିମ୍ପିକ୍ସରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ସିନ୍ଧୁ ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସରେ ତୃତୀୟ ପଦକ ଜିତିବା ଆଶାରେ ରହିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟରଫାଇନାଲ୍‌ରେ ସିନ୍ଧୁ ୨୧-୧୩, ୧୪-୨୧, ୨୧-୧୨ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍‌ର ହାନ୍‌ ୟୁଇଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସେ ଏସିଆ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ ପରାଜୟରୁ ମଧୁର ପ୍ରତିଶୋଧ ନେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button