ଜ୍ୟୋତିଷ

Astrology- ବିଧବା ଯୋଗ ସୁନିଶ୍ଚିତ ଯଦି ଏହି ଦିନ ପ୍ରଥମ ଋତୁସ୍ରାବ (ମେନ୍ସ) ହୁଏ …

ନମସ୍କାର ବନ୍ଧୁଗଣ , ଏହି ଦିନ ଯଦି ନାରୀମାନଙ୍କର ପ୍ରଥମ ଋତୁସ୍ରାବ ହୁଏ ତାହା ହେଲେ ଆସିଥାଏ ମହା ବିପଦ । ଶାସ୍ତ୍ର ଅନୁସାରେ ନାରୀଙ୍କୁ  କେଉଁ ଦିନ ଋତୁସ୍ରାବ କରିବା ଉଚିତ୍ ଓ ଏହା ଯୋଗୁ ନାରୀଙ୍କୁ କେଉଁ ସବୁ ସମସ୍ୟାର ସମୀଖିନ ହେବାକୁ ପଡିଥାଏ ଏବଂ ଭବିଷ୍ୟତରେ କିପରି ହୋଇଥାଏ ଏହାର କୁପରିଣାମ । ଆସନ୍ତୁ ଜାଣିବା ଏହା ବିଷୟରେ ସଂକ୍ଷିପ୍ତରେ ଜଣେ ନାରୀ ପ୍ରଥମ ଋତୁସ୍ରାବ ହେବା ସମୟରେ କେଉଁ ଗ୍ରହ, ନକ୍ଷତ୍ର ଚାଲିଥାଏ ଏବଂ

ଏହାର ଶୁଭ ବା ଅଶୁଭ କଣ ହୋଇଥାଏ ଆଜି ଆମେ ଜାଣିବା ଏହା ମାଧ୍ୟମରେ ଶାସ୍ତ୍ରରେ କୁହାଯାଇଛି ଯେ ସାଧାରଣତ ଜଣେ ଝିଅ ଆଠ ବର୍ଷରେ  ଗୌରୀ ଅବସ୍ଥାରେ ରୁହନ୍ତି , ନଅ ବର୍ଷରୁ ରୁହିଣୀ , ଦଶ ବର୍ଷରୁ ବାଳା ଏବଂ ଏଗାର ବର୍ଷରୁ   ଉଦ୍ଧ ରଜଶାଳା ବା ରଜବତୀ ହୋଇଥାନ୍ତି ।

ନାରୀ ଯେଉଁ ଦିନ ପ୍ରଥମ ଋତୁସ୍ରାବ ହୋଇଥାନ୍ତି ସେହି ଦିନର ଗ୍ରହ , ନକ୍ଷତ୍ର ଆଦି କୁ ନେଇ ଆମେ ଗଣନା କରିବା ଦ୍ଵାରା ତାହାର ଶୁଭ ଏବଂ ଅଶୁଭ ଫଳ ଜାଣିପାରିଥାଉ । ଚିନ୍ତାମଣି ଗ୍ରନ୍ଥରେ ଲେଖା ହୋଇଛି ଯେ ମାଘ ,ମାର୍ଘଶିର , ଫାଲ୍ଗୁନ , ଆଶ୍ଵିନ , ଶ୍ରାବଣ ମାସର ଶୁକ୍ଳ ପକ୍ଷରେ ଯେଉଁ ନାରୀମାନେ ପ୍ରଥମ ଋତୁସ୍ରାବ କଲେ ତାହା ନାରୀଙ୍କ  ପାଇଁ ଅତ୍ୟଧିକ ଶୁଭ ହୋଇଥାଏ ।

ପ୍ରାତ  ଏବଂ ସନ୍ଧ୍ୟା ସମୟରେ ଋତୁସ୍ରାବ କରିବା ଶୁଭ ହୋଇଥାଏ । ଯଦି ଏହି ଦୁଇ ହିଁ ସମୟ କୁ ଛାଡି ଦେଇ ଅନ୍ୟ କୋଣସି ସମୟରେ ଋତୁସ୍ରାବ କରିବା ଅଶୁଭ ହୋଇଥାଏ । ଏବେ ଜାଣିବା କେଉଁ ନକ୍ଷତ୍ର ସଞ୍ଚାର କରିବା ସମୟରେ ଋତୁସ୍ରାବ କଲେ ଶୁଭ ହୋଇଥାଏ । ଶ୍ରବଣା , ଧନିଷ୍ଟା , ଶତବିଷା , ଚିତ୍ରା , ଅନୁରାଧା , ରେବତୀ , ଅଶ୍ଵିନୀ , ହସ୍ତା , ରୋହିଣୀ , ଉତ୍ତରସାଡା ଇତ୍ୟାଦି ନକ୍ଷତ୍ର ଯଦି ସଞ୍ଚାର କରିଥାନ୍ତି ।

ଏହି ସମୟରେ ଋତୁସ୍ରାବ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଛାଡି ଯଦି ଅନ୍ୟ କୋଣସି ନକ୍ଷତ୍ର ଚାଲୁଥିବା ସମୟରେ ନାରୀ ପ୍ରଥମ ଋତୁସ୍ରାବ କରିଥାଏ ତେବେ ତାହା ନାରୀ ପାଇଁ ଅଶୁଭ ସଙ୍କେତ ହୋଇଥାଏ । ଯେମିତି ସନ୍ତାନ ଦୁଃଖ , ସ୍ଵାମୀ ଦୁଃଖ , ଶାଶୁ ଘର  ଦୁଃଖ ଆଦି ନାରୀକୁ ଭୋଗିବାକୁ ପଡିଥାଏ ।  ଏହି ନାରୀଙ୍କୁ ଭବିଷ୍ୟତ ରେ ଅଳ୍ପ ବୟସରେ ବିଧବା ହେବାର ସମ୍ଭାବନା ରହିଥାଏ ।

ଏହା ଛଡା ନାରୀ ଯଦି ନୂଆ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବା ସମୟରେ ପ୍ରଥମ ଋତୁସ୍ରାବ  ହୋଇଥାଏ ଏନ ତାହା ପାଇଁ ଅତ୍ୟନ୍ତ ଶୁଭଫଳ ହୋଇଥାଏ । ଶର୍ଯ୍ୟା ବସିଥିବା ସମୟରେ ଯଦି ପ୍ରଥମ ଋତୁସ୍ରାବ ହୋଇଥାଏ ତେବେ ତାହା ଶୁଭ ହୋଇଥାଏ । ଯଦି କୋଣସି ଶୁଭ କାର୍ଯ୍ୟ ପାଇଁ ଯାଉଥିବା ବା କରୁଥିବା ସମୟରେ ପ୍ରଥମ ଋତୁସ୍ରାବ ହୋଇଥାଏ । ଏହା ମଧ୍ୟ ନାରୀ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗେ । ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button