ମନୋରଞ୍ଜନ

ବଡ଼ପରଦାରେ ପୁଣ୍ୟତୋୟା – Kalinga News

[ad_1]

ମ୍ୟୁଜିକ୍ ଭିଡିଓରେ ନାୟିକା ସାଜିବା ପରେ ଏବେ ପୁଣ୍ୟତୋୟାଙ୍କୁ ମିଳିଛି ବଡ଼ ପରଦାରେ ସୁଯୋଗ। ନବାଗତା ପୁଣ୍ୟତୋୟା ପାଣିଗ୍ରାହୀ ଏବେ ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲାଇଫ୍ ପାର୍ଟନର୍’ରେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମାରେ ତାଙ୍କୁ ନାୟକ ଦୁଷ୍ମନ୍ତଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ପୁଣ୍ୟତୋୟାଙ୍କୁ କିପରି ମିଳିଲା ଏହି ବ୍ରେକ୍‌? ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ‘‘ମୋର ମ୍ୟୁଜିକ୍ ଭିଡିଓ ‘ପିନ୍ଧିବୁନି ପ୍ରିୟା ତୁ ଆଉ କାହା ସିନ୍ଦୂର’ ଦେଖିବା ପରେ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍‌ଟରୁ ଫୋନ୍ ଆସିଥିଲା। ସିନେମାରେ ଅଭିନୟ ଅଫର୍ ଦିଆଯାଇଥିଲା। ମୁଁ ବିଦିଶା କ୍ରାଫ୍‌ଟ ଅଫିସ୍‌ରେ ପହଞ୍ଚି ଅଡିସନ୍ ଦେଲି। ସେଠାରେ ପ୍ରଯୋଜକ ବିଜୟ କନ୍ଦୋଇ ଓ ପ୍ରଡକ୍‌ସନ୍ ଡିଜାଇନର୍‌ ଶୁଭେନ୍ଦୁ ଦତ୍ତ ଦାଶ ଉପସ୍ଥିତ ଥିଲେ। ସେମାନେ ମୋତେ ମନୋନୀତ କରିବା ପରେ ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି ବି ପସନ୍ଦ କଲେ। ବାସ୍, ତା’ପରେ ‘ଲାଇଫ୍ ପାର୍ଟନର୍’ରେ ନାୟିକା ଭୂମିକା ଲାଗି ଚୁକ୍ତିବଦ୍ଧ ହୋଇଥିଲି।’’

ପ୍ରଥମେ ମ୍ୟୁଜିକ୍‌ ଭିଡିଓ ତା’ପରେ ଟେଲି ଧାରାବାହିକ, ଏବେ ବଡ଼ ପରଦାରେ ନଜର ଆସିବେ ପୁଣ୍ୟତୋୟା। ତାଙ୍କର ଏହି ଯାତ୍ରା ସଂପର୍କରେ କିଞ୍ଚିତ…

ଉଲ୍ଲେଖଯୋଗ୍ୟ, କଥା ତ ଏତିକି, ପ୍ରେମ କରିବିନି ଆଉ, ହେ ମିଲି, ଦେଖ୍ ଆଇନା, ପିନ୍ଧିବୁନି ପ୍ରିୟା ତୁ ଆଉ କାହା ସିନ୍ଦୂର, ଭସା ମେଘ, ତୋତେ ଭଲ ପାଏରେ, ମୁଁ ଯେ ଏକ ପାଗଳ ଭଅଁର, ଅଲାଜୁକ ପବନ ଓ ସାଥୀରେ ଭଳି ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି ପୁଣ୍ୟତୋୟା। ଏଥିରେ ସେ ଅଶ୍ବିନ ତ୍ରିପାଠୀ, ସ୍ମୃତି ଆର୍ ଓ ତୁଷାର କେ ସିହ୍ନାଙ୍କ ପରି ନାମୀ ନିର୍ଦ୍ଦେଶକ ଓ ମଣ୍ଟୁ (ଶୁଭାଶିଷ) ଓ ଅଭିଷେକ ପଣ୍ଡାଙ୍କ ପରି ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି। ଏହାଛଡ଼ା ‘ଖୁସିର ଛୁଙ୍କ’ ଓ ‘ଶାନ୍ତି’ ପରି ମେଗା ଧାରାବାହିକରେ ବି ତାଙ୍କ ଅଭିନୟ ଦେଖିଛନ୍ତି ଟେଲି ଦର୍ଶକ। ମହାଶ୍ବେତା ରାୟ ଓ ରଚନା ବାନାର୍ଜୀଙ୍କୁ ନିଜର ପ୍ରେରଣା ବୋଲି କହନ୍ତି ପୁଣ୍ୟତୋୟା। ଇତିମଧ୍ୟରେ ଆଉ କେତୋଟି ସିନେମା ଲାଗି ପ୍ରସ୍ତାବ ଆସିଥିଲେ ବି ସେ ତାହା ଗ୍ରହଣ କରିନାହାନ୍ତି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ଶେଷ ବର୍ଷର ଛାତ୍ରୀ ପୁଣ୍ୟତୋୟା ଆଗକୁ ଯେଉଁ ଲାଇନ୍‌ରେ ବି ଗଲେ ଅଭିନୟକୁ ପ୍ରାଥମିକତା ଦେବେ ବୋଲି ଜୋର୍ ଦେଇ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button