ମନୋରଞ୍ଜନ

ହିନ୍ଦୀ ଫିଲ୍ମ‌ରେ ଆଉ ଦମ୍ ନାହିଁ; ଜାଣନ୍ତୁ କାହିଁକି ଏଭଳି କହିଲେ ନାସିରୁଦ୍ଦିନ ଶାହ – Kalinga News

[ad_1]

ମୁମ୍ବାଇ: ହିନ୍ଦୀ ଫିଲ୍ମ‌ରେ ଆଉ ଦମ୍ ନାହିଁ। ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା ହିନ୍ଦୀ ଚଳଚ୍ଚିତ୍ରର ବିଷୟବସ୍ତୁକୁ ନେଇ ଏଭଳି କହିଛନ୍ତି। ତାଙ୍କ କହିବାନୁସାରେ, ହିନ୍ଦୀ ସିନେମା ପ୍ରାୟ ୧୦୦ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି। କିନ୍ତୁ ଚଳଚ୍ଚିତ୍ର ନିର୍ମାତାଙ୍କର ନୂଆ ଚିନ୍ତାଧାରା ନାହିଁ। ସେମାନେ ସମାନ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି କାରଣରୁ ବର୍ତ୍ତମାନ ମୁଁ ହିନ୍ଦୀ ଚଳଚ୍ଚିତ୍ର ଦେଖିବାକୁ ଆଉ ପସନ୍ଦ କରୁ ନାହିଁ।

ନାସିରୁଦ୍ଦିନ ଶାହା ଆହୁରି କହିଛନ୍ତି ଯେ, ‘ଭାରତର ଖାଦ୍ୟ ସବୁଠାରେ ପସନ୍ଦ କରାଯାଏ କାରଣ ଏହାର ସ୍ବାଦ ନିଆରା। ହିନ୍ଦୀ ଚଳଚ୍ଚିତ୍ରରେ ନିଆରା କ’ଣ? ଏଥିପାଇଁ ଦର୍ଶକ ଶୀଘ୍ର ବିରକ୍ତ ହୋଇ ଫିଲ୍ମ ଦେଖିବା ବନ୍ଦ କରିବେ। ସମାଜର ସତ୍ୟତା ଦେଖାଇବା ଚଳଚ୍ଚିତ୍ର ନିର୍ମାତାଙ୍କ ଦାୟିତ୍ବ ଅଟେ। କେବଳ ଟଙ୍କା ରୋଜଗାର ପାଇଁ ହିନ୍ଦୀ ସିନେମା ନିର୍ମାଣ ହେଉଛି। ଏହା ବନ୍ଦ ହେଲେ ହିଁ ହିନ୍ଦୀ ଫିଲ୍ମ ପୁଣି ଅଗ୍ରଗତି କରିପାରିବ। କିନ୍ତୁ ମୁଁ ଭାବୁଛି ବର୍ତ୍ତମାନ ବହୁତ ବିଳମ୍ବ ହୋଇଯାଇଛି। ବର୍ତ୍ତମାନ କୌଣସି ସମାଧାନ ହୋଇପାରିବ ନାହିଁ। କାରଣ ହଜାର ହଜାର ଲୋକ ଦେଖିବାକୁ ପସନ୍ଦ କରୁଥିବା ଚଳଚ୍ଚିତ୍ରଗୁଡ଼ିକ ନିର୍ମାଣ ହେବ ଏବଂ ଭଗବାନ ଜାଣନ୍ତି ଆଉ କେତେ ଦିନ ଏଭଳି ଚାଲିବ। ହେଲେ ଦିନ ଆସିବ ଲୋକେ ହିନ୍ଦୀ ସିନେମାରେ କିଛି ନୂତନତ୍ବ ପାଇବେ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button