ଦେଶ- ବିଦେଶ

ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି, ଶାନ୍ତିପୂର୍ଣ୍ଣ ଭୋଟ୍ ପାଇଁ ୫ ହଜାରରୁ ଅଧିକ ଅଟକ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତାକାଲି ସମସ୍ତ ୭ଟି ଲୋକସଭା ଆସନରେ ଭୋଟ୍ ଅଛି। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ଏବଂ ଶାନ୍ତିପୂର୍ଣ୍ଣ ଭୋଟ୍ ଗ୍ରହଣ ପାଇଁ ଦିଲ୍ଲୀ ପୁଲିସ ୫ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଛି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ପୁଲିସ ଗତ ୨ ମାସ ମଧ୍ୟରେ ୫ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଆମେ ଉତ୍ତରପ୍ରଦେଶ ପୁଲିସ ଏବଂ ଆରଏଏଫ୍ (ରୢାପିଡ ଆକ୍ସନ ଫୋର୍ସ) ସହ କାମ କରୁଛୁ। ସୀମା ନିକଟରେ ପ୍ରତିଦିନ ମୁତୟନ ବଦଳାଯାଉଛି ଏବଂ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ମାତ୍ରାଧିକ ସତର୍କତା ଅବଲମ୍ବନ କରାଯାଇଛି। ଦିଲ୍ଲୀ ପୁଲିସ କହିଛି ସୀମାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାପାଇଁ ଏହା କେନ୍ଦ୍ରୀୟ ସଂସ୍ଥା ସହ ଅନେକ ବୈଠକ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button