ଦେଶ- ବିଦେଶ

ହନିଟ୍ରାପର ଶିକାର ହୋଇଥିଲେ ବାଂଲାଦେଶ ସାଂସଦ, ନିର୍ମମ ହତ୍ୟାର ଶିକାର – Kalinga News

[ad_1]

ନୂଆଦିଲ୍ଲୀ: ଚିକିତ୍ସା ପାଇଁ କୋଲକାତା ଆସିଥିବା ଜଣେ ବାଂଲାଦେଶ ସାଂସଦ ନିଖୋଜ ହୋଇଯିବା ଏବଂ ପରେ ତାଙ୍କ ହତ୍ୟା ଖବର ମିଳିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ତେବେ ଜାଣିବାକୁ ମିଳିଛି ଯେ କୋଲକାତା ସାଂସଦ ହନିଟ୍ରାପ୍ର ଶିକାର ହୋଇଥିଲେ। କୋଲକାତାର ନ୍ୟୁ ଟାଉନ୍ ଅଞ୍ଚଳର ଏକ ଫ୍ଲାଟ୍ରେ ବାଂଲାଦେଶ ସାଂସଦ ଅନୱରୁଲ ଆଜିମ ଅନାର (୫୬)ଙ୍କୁ ହତ୍ୟା କରାଯାଇଛି। ଅନୱରୁଲ ମେ’ ୧୨ ତାରିଖରେ କୋଲକାତା ପହଞ୍ଚିଥିଲେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଗୋପାଳ ବିଶ୍ବାସଙ୍କ ସହ ଉତ୍ତର କୋଲକାତାର ସିନ୍ଥି ସ୍ଥିତ ତାଙ୍କ ବାସଭବନରେ ରହିଥିଲେ। ବିଶ୍ବାସଙ୍କ ଅନୁଯାୟୀ ସାଂସଦ ତାଙ୍କ ଘରୁ ତା’ ପରଦିନ ପଳାଇଥିଲେ। ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯିବେ ବୋଲି କହିଥିଲେ। କିନ୍ତୁ ସେ ୨ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ସହ ଏକ ଫ୍ଲାଟ୍କୁ ଯାଇଥିଲେ ଏବଂ ସେଠାରୁ ଆଉ ବାହାରିବା ଦେଖାଯାଇନଥିଲା। ଅନ୍ୟପକ୍ଷରେ ତାଙ୍କ ସହ ଥିବା ଅନ୍ୟ ୩ ଜଣ ବ୍ୟକ୍ତି ମେ’ ୧୩ରୁ ୧୫ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ଫ୍ଲାଟ୍ରୁ ବାହାରିଛନ୍ତି ଏବଂ ସେମାନେ ହାତରେ ବଡ଼ ବ୍ୟାଗ୍ ଧରିଥିବା ଦେଖିବାକୁ ମିଳିଥିଲା। ବିଧାନନଗର ଏବଂ ବାରାକପୁର ପୁଲିସ କମିସନରେଟ୍ର ଏକ ଅଫିସର ଟିମ୍ , ଏସଟିଏଫ୍ ଏବଂ କେନ୍ଦ୍ରୀୟ ସଂସ୍ଥା ବୁଧବାର ସକାଳେ ନ୍ୟୁ ଟାଉନ ଫ୍ଲାଟ୍ରେ ପହଞ୍ଚି ସର୍ଚ୍ଚ ଅପରେସନ୍ କରିଥିଲେ। ସେମାନେ ସେଠାରେ ରକ୍ତ ଦାଗ ଦେଖିଥିଲେ । ତଦନ୍ତରୁ ଜଣାଯାଇଛି ଯେ ସାଂସଦ ଅନୱରୁଲଙ୍କୁ ମେ’ ୧୩ ତାରିଖରେ ଫ୍ଲାଟ୍ରେ ପଶିବାର ମାତ୍ର କିଛି ସମୟ ମଧ୍ୟରେ ହତ୍ୟା କରାଯାଇଛି ଏବଂ ତାଙ୍କ ଶରୀରରୁ ଚମଡ଼ା ବାହାର କରିବା ପରେ ଶରୀରକୁ ଛୋଟଛୋଟ ଖଣ୍ଡରେ କାଟି ଏହାକୁ ବ୍ୟାଗ୍ରେ ଭର୍ତ୍ତି କରି ଅନ୍ୟତ୍ର ନିଆଯାଇଥିଲା। ସାଂସଦ ଜଣେ ମହିଳାଙ୍କ ଦ୍ବାରା ହନିଟ୍ରାପ୍ର ଶିକାର ହୋଇଥିଲେ ବୋଲି ପୁଲିସ ସନ୍ଦେହ କରୁଛି। ତାଙ୍କୁ ସୁପାରି କିଲର ଲଗାଇ ହତ୍ୟା କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସାଂସଦଙ୍କର ଜଣେ ଘନିଷ୍ଠ ବନ୍ଧୁ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ୪ କୋଟି ଦେଇଛନ୍ତି। ସାଂସଦଙ୍କୁ ବନ୍ଧୁ ହେଉଛନ୍ତି ଜଣେ ଆମେରିକୀୟ। ସାଂସଦଙ୍କୁ ହନିଟ୍ରାପ୍ରେ ପକାଇଥିବା ମହିଳା ମଧ୍ୟ ଉକ୍ତ ଆମେରିକୀୟ ନାଗରିକଙ୍କ ସହ ଘନିଷ୍ଠ ବୋଲି ଜଣାପଡ଼ିଛି। ତେବେ ପୁଲିସ କହୁଛି ଏହା ଏକ ଯୋଜନାବଦ୍ଧ ହତ୍ୟା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button