ଦେଶ- ବିଦେଶ
ଅରୁଣାଚଳପ୍ରଦେଶ ପ୍ରବାସୀ ଶ୍ରମିକଙ୍କୁ କେରଳରେ ପିଟିପିଟି ହତ୍ୟା, ୧୦ ଗିରଫ – Kalinga News
[ad_1]
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଜଣେ ପ୍ରବାସୀ ଶ୍ରମିକଙ୍କୁ କେରଳରେ ପିଟିପିଟି ହତ୍ୟା କରାଯାଇଛି। କେରଳର ଏର୍ନାକୁଲମ ସହରର ଏକ ରେସ୍ତୋରାଁରେ ସେ ସେଫ୍ ଭାବେ କାମ କରୁଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଏକ ପୋଲ୍ରେ ବାନ୍ଧି ପିଟିପିଟି ହତ୍ୟା କରିଛନ୍ତି। ଉକ୍ତ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ପୁଲିସ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ନାଁ ଅଶୋକ ଦାସ। ଅଶୋକ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ଘରକୁ ଯାଇଥିଲେ। ତେବେ ସେ ସେଠାରୁ ଫେରୁଥିବାବେଳେ ବାଟରେ ମୁବାତୁପୁଝା ନିକଟରେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଅଶୋକ ଦାସଙ୍କୁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି ତାହା ଏଯାବତ ଜଣାପଡ଼ିନି। ପୁଲିସ ଉକ୍ତ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି। ପୁଲିସ ଉକ୍ତ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତ ବ୍ୟକ୍ତିଙ୍କ ମର ଶରୀରକୁ ଅରୁଣାଚଳ ପ୍ରଦେଶରେ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ।
[ad_2]