ଖେଳ ଖବର

ପରାଜୟ ଧାରା ଭାଙ୍ଗିଲା ଆର୍‌ସିବି – Kalinga News

[ad_1]

ହାଇଦ୍ରାବାଦ: କ୍ରମାଗତ ୬ ପରାଜୟ ବରଣ କରିଥିବା ତାରକା ଖଚିତ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଶେଷରେ ଏହି ଧାରାରେ ବ୍ରେକ୍ ଲଗାଇବାରେ ସକ୍ଷମ ହୋଇଛି। ତଥାପି ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନ ଛାଡ଼ିବାକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌‌ରେ ଆର୍‌ସିବି ୩୫ ରନ୍‌ରେ ଶକ୍ତିଶାଳୀ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଦଶଦିନ ତଳେ ୨୫ ରନ୍‌ରେ ପରାସ୍ତ ହୋଇଥିବା ଆର୍‌ସିବି ମଧ୍ୟ ଏହାର ମଧୁର ପ୍ରତିଶୋଧ ନେଇଯାଇଛି। ଆର୍‌ସିବି ମଧ୍ୟ ଠିକ୍‌ ମାସକ ତଳେ (୨୫ ମାର୍ଚ୍ଚ) ପଞ୍ଜାବକୁ ହରାଇବାପରେ ପ୍ରଥମ ବିଜୟ ପାଇଛି। ଅନ୍ୟପକ୍ଷରେ କ୍ରମାଗତ ୪ ବିଜୟ ପରେ ହାଇଦ୍ରାବାଦ ପ୍ରଥମ ପରାଜୟ ବରଣ କରିଛି। ମୋଟ ଉପରେ ହାଇଦ୍ରାବାଦ ଅଷ୍ଟମରୁ ତୃତୀୟ ପରାଜୟ ବରଣ କରିଥିବା ବେଳେ ଆର୍‌ସିବି ନବମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ବିରାଟ କୋହଲି, ରଜତ ପଟିଦାରଙ୍କ ଅର୍ଦ୍ଧଶତକ ପରେ କାମେରନ୍ ଗ୍ରିନ୍‌ଙ୍କ ଛୋଟ ବିସ୍ଫୋରଣ ବଳରେ ଆର୍‌ସିବି ୨୦୬ ରନ୍ କରିଥିଲା। ଜବାବରେ ପ୍ରଥମ ଓଭରରେ ବିପଜ୍ଜନକ ଟ୍ରାଭିସ୍ ହେଡଙ୍କୁ ହରାଇବା ପରେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଆଉ ମ୍ୟାଚ୍‌କୁ ଫେରିପାରି ନଥିଲା। ଶେଷକୁ ୧୭୧/୮ରେ ସୀମିତ ରହିଯାଇଥିଲା।

ଗୁରୁବାର ଆର୍‌ସିବି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା କ୍ଷଣି ଛକା, ଚୌକା ବର୍ଷା ଆଶାରେ ଦର୍ଶକ ବଡ଼ ପାଟି କରି ସ୍ବାଗତ କରିଥିଲେ। ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ (୨୫ ରନ୍, ୧୨ ବଲ୍‌) ଓ ପୂର୍ବତନ ଅଧିନାୟକ ବିରାଟ କୋହଲି (୫୧ ରନ୍, ୪୩ ବଲ୍) ଏକାଧିକ ଦର୍ଶନୀୟ ସଟ୍ ଖେଳି ପ୍ରଶଂସକଙ୍କ ଆଶା ବି କିଛିଟା ପୂରଣ କରିଥିଲେ। ତେବେ ଏହି ଭାଗୀଦାରି ଅର୍ଦ୍ଧଶତକରୁ ୨ ରନ୍‌ ଦୂରରେ ଥିଲା ବେଳେ ମିସ୍ ଟାଇମ୍ ସଟ୍‌ରେ ଡୁ’ପ୍ଲେସିସ୍ ନିଜ ୱିକେଟ୍ ହରାଇଥିଲେ। ସେହିଭଳି ତୃତୀୟ ସ୍ଥାନରେ ଖେଳିଥିବା ୱିଲ୍ ଜ୍ୟାକ୍ସଙ୍କୁ ହାଇଦ୍ରାବାଦ ସ୍ପିନର ମୟଙ୍କ ମାର୍କଣ୍ଡ ଚତୁରତାର ସହ ବୋଲ୍ଡ କରିବା ପରେ ୮ ରନ୍ ଭିତରେ ୨ ୱିକେଟ୍ ହରାଇ ଆର୍‌ସିବି ହଠାତ୍ ଚାପ ବଳୟ ଭିତରକୁ ଆସିଯାଇଥିଲା। କୋହଲି ଏଥିରେ ବ୍ୟସ୍ତ ନହୋଇ ୩୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ‌ହେଲେ ଗୋଟିଏ ରନ୍ ପରେ ଜୟଦେବ ଉନାଦକଟ୍‌ଙ୍କ ବଲ୍‌ରେ ଅବଦୁଲ ସମଦଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରି ଯାଇଥିଲେ। ଦାୟିତ୍ବବାନ ପାଳି ସତ୍ତ୍ବେ ତାଙ୍କ ଷ୍ଟ୍ରାଇକ୍ ରେଟ୍‌ (୧୧୮.୬୦) ପୁଣି ଥରେ ବିତର୍କ ଭିତରକୁ ଆସିଥିଲା। ଅବଶ୍ୟ ରଜତ ପଟିଦାର (୫୦ ବଲ୍, ୨୦ ବଲ୍)ଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ଆର୍‌ସିବି ରନ୍ ହାର ୧୦ ପାଖାପାଖି ରହିଥିଲା। ସେହିଭଳି କ୍ୟାମେରନ୍ ଗ୍ରିନ୍ (୩୭* ରନ୍, ୨୦ ବଲ୍) ପ୍ରଥମ ଥର ଲାଗି ଆତ୍ମବିଶ୍ବାସର ସହ ବ୍ୟାଟିଂ କରି ଏହି ରନ୍ ହାରକୁ ବଜାୟ ରଖିବାରେ ସହାୟକ ହୋଇଥିଲେ। ଶେଷ ଆଡ଼କୁ ଯୁବ ତାରକା ସ୍ବପ୍ନିଳ ସିଂହ ୬ ବଲ୍‌ରୁ ୧୨ ରନ୍ କରିବା ପରେ ଆର୍‌ସିବି ୭ ୱିକେଟ୍ ବିନିମୟରେ ୨୦୬ ରନ୍‌ର ଆହ୍ବାନପୂର୍ଣ୍ଣ ସ୍କୋର୍ କରି ନେଇଥିଲା। ଅନ୍ୟପକ୍ଷରେ ପ୍ରତିପକ୍ଷ ହାଇଦ୍ରାବାଦ ବ୍ୟବହାର କରିଥିବା ୭ଜଣ ବୋଲରଙ୍କ ମଧ୍ୟରୁ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକଟ୍‌ ସର୍ବାଧିକ ୩ ୱିକେଟ୍ କରାୟତ୍ତ କରି ନିଜ ଉପସ୍ଥିତିକୁ ଜାହିର କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button