ଗୋଟାଏ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏତେ କୋଟି ନିଅନ୍ତି ଧୋନି – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ ଅଧିନାୟକତ୍ବ କରୁଛନ୍ତି ଧୋନି। ତେବେ କ୍ରିକେଟକୁ ବହୁତ ପସନ୍ଦ କରୁଥିବା ଧୋନି ଗୋଟାଏ ସୋସିଆଲ ମିଡିଆ ପୋଷ୍ଟ ପାଇଁ କେତେ କୋଟି ନିଅନ୍ତି ତାହା ଆପଣ ଜାଣନ୍ତି କି?
Sambad is now on WhatsApp
Join and get latest news updates delivered to you via WhatsApp
କ୍ରିକେଟ ବ୍ୟତୀତ ଧୋନି ନିବେଶ ଓ ବିଜ୍ଞାପନ କରି ଟଙ୍କା ରୋଜଗାର କରନ୍ତି। ଏହା ସହିତ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ପୋଷ୍ଟ କରି ମଧ୍ୟ ସେ ଟଙ୍କା ଆୟ କରିଥାନ୍ତି। ଲକ୍ଷେ କି ୨ଲକ୍ଷ ନୁହେଁ, ଗୋଟାଏ ପୋଷ୍ଟ ପାଇଁ ତାଙ୍କୁ ପ୍ରାୟ ୮୮ଲକ୍ଷ ଟଙ୍କାରୁ ୧.୨କୋଟି ଟଙ୍କା ମିଳେ।
ଯଦି ଆମେ ତାଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୧,୦୪୦କୋଟି ଟଙ୍କାର ମାଲିକ ଅଟନ୍ତି। ଧୋନିଙ୍କ ଆଇପିଏଲ ଆୟ ଦେଖିବାକୁ ଗଲେ ଚେନ୍ନାଇ ସୁପର କିଙ୍ଗ୍ସ, ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍ ୨୦୨୪ ପାଇଁ ୧୨କୋଟି ଟଙ୍କା ବେତନ ପ୍ରଦାନ କରୁଛି। ୨୦୨୨ର ନିଲାମିରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନିଙ୍କୁ ୧୨କୋଟି ଟଙ୍କାରେ ଦଳରେ ରଖିଥିଲା ।
[ad_2]




