ବାରଣ ସତ୍ତ୍ବେ ରିଲ୍ସ କରିବା ୮୪ଜଣ ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା – Kalinga News

[ad_1]
ଡେରାଡୁନ୍: ରିଲ୍ସ କରିବା ନିଶା ସମସ୍ତଙ୍କୁ ଘାରିଛି। ଘର ଠାରୁ ଆରମ୍ଭ କରି ଯେଉଁ ସ୍ଥାନକୁ ଯାଆନ୍ତୁ ନା କାହିଁକି ଯବୁପିଢ଼ିଙ୍କୁ ରିଲ୍ସ କରୁଥିବା ଦେଖିବାକୁ ପାଇବେ। ଏହି ରିଲ୍ସ ହେତୁ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଥିବାର ଖବର ସାମ୍ନାକୁ ଆସିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କାରଣରୁ କିଛିସ୍ଥାନରେ ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଲୋକଙ୍କୁ ରିଲକ୍ସ କରିବାକୁ ବାରଣ କରାଯାଇଛି। ଏହି କ୍ରମରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ କି ରିଲ୍ସ କରିପାରିବେ ନାହିଁ ବୋଲି ନିକଟରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ନିର୍ଦ୍ଦେଶ ଦେଇଥିଲେ।
ରିଲ୍ସ କରିବାକୁ ମନା କରାଯିବା ସତ୍ତ୍ବେ କିଛି ପର୍ଯ୍ୟଟକ ଏହାକୁ ଅଣଦେଖା କରିଥିଲେ। ଯେଉଁ କାରଣରୁ ୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି। ସେମାନଙ୍କ ଠାରୁ ଜୋରିମାନା ରାଶି ଆଦାୟ ହୋଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀଙ୍କ ରିଲ୍ସ ପ୍ରତିବଦ୍ଧକ ପରେ ସରକାରୀ ପାଣ୍ଠିରେ ୩୦ହଜାର ଟଙ୍କାର ଜମା ହୋଇଥିବା ଜଣାପଡ଼ିଛି।
ଉତ୍ତରାଖଣ୍ଡରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀକୁ ଚରିଧାମଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଋଷିକେଶରେ ଚାରିଧାମ ଯାତ୍ରାରେ ଯାଉଥିବା ଯାନବାହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି ।
ଗଡ଼ୱାଲ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକାଳୀ ଚେକ୍ ପୋଷ୍ଟରେ ସ୍ଲଟ୍ ଅଧୀନରେ ଯିବାକୁ ଅନୁମତି ଦିଆଯିବ। ପରିବହନ ବିଭାଗ ଯାନବାହନ ଯାଞ୍ଚ କରୁଛି।
[ad_2]



