ଖେଳ ଖବର

ଆଇପିଏଲ : ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୧୫ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ସୁପରଜାୟାଣ୍ଟସ୍ – Kalinga News

[ad_1]

ମୁମ୍ବାଇ :  ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୬୭ତମ ମ୍ୟାଚର ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ବିଜୟ ପାଇଁ ୨୧୫ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ ।

ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦଳ ଆରମ୍ଭରୁ ଓ୍ବିକେଟ ହରାଇ ଝଟକା ପାଇଥିଲା । ଏପରିକି ୧ ରନରେ ଦଳ ଗୋଟିଏ ଓ୍ବିକେଟ ହରାଇଥିଲା । ଦେବଦତ୍ତ ପଡ଼ିକଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ କେଏଲ ରାହୁଲ ଓ ମାର୍କସ ଷ୍ଟୋଇନିସ୍ ସତର୍କତାର ସହ ଖେଳି ସ୍କୋରକୁ ଆଗେଇ ନେଇଥିଲେ । ମାତ୍ର ଷ୍ଟୋଇନିସ୍ ମାତ୍ର ୨୮ ରନ କରି ଆଉଟ ହୋଇଥିଲେ । ତାଙ୍କ ପଛେ ପଛେ ଦିପକ ହୁଡ଼ା ବି ୧୧ ରନ କରି ଆଉଟ ହୋଇଥିଲେ । ତେବେ ରାହୁଲ ଓ ନିକୋଲାସ ପୁରନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ହୋଇଥିଲା । ରାହୁଲ ୫୫ ରନ କରିଥିବାବେଳେ ପୁରନ୍ ୭୫ ରନ କରିଥିଲେ । ଆୟୁଷ ବୋଦାନି ୨୨ ରନ କରିଥିବାବେଳେ କୃନାଲ ପାଣ୍ଡ୍ୟା ୧୨ରନ କରିଥିଲେ । ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୪ ରନ କରିଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button