ଦେଶ- ବିଦେଶ

କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ବିଭାଜନକାରୀ ଏବଂ ତୁଷ୍ଠିକରଣ ନୀତି ବିରୋଧରେ ଲୋକ ଏକଜୁଟ : ଯୋଗୀ – Kalinga News

[ad_1]

ନୂଆଦିଲ୍ଲୀ :ବାରବାଙ୍କୀ ଲୋକସଭା ନିର୍ବାଚନମଣ୍ଡଳୀରେ ଆଜି ଏକ ରାଲିରେ ଉଦବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଲୋକମାନେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ବିଭାଜନକାରୀ, ତୁଷ୍ଠିକରଣ ଏବଂ ଅରାଜକ ନୀତି ବିରୋଧରେ ଏକଜୁଟ ହୋଇଛନ୍ତି। ଲୋକମାନେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ବିଭାଜନକାରୀ ଏବଂ ତୁଷ୍ଠିକରଣ ନୀତି ବିରୋଧରେ ସ୍ବର ସୁଦୃଢ଼ କରିଛନ୍ତି ବୋଲି ଯୋଗୀ ପ୍ରଧାନମନ୍ତ୍ରୀଙ୍କ ରାଲିରେ କହିଛନ୍ତି। ଯୋଗୀ କହିଛନ୍ତି, ଏହା ହେଉଛି ‘ଆତ୍ମନିର୍ଭର’ ଏବଂ ‘ବିକଶିତ ଭାରତ’ର ମୋଦୀଙ୍କ ଦୃଷ୍ଟିକୋଣର ଏକ ଘୋଷଣା। ଯୋଗୀ କହିଛନ୍ତି ପ୍ରଧାନମନ୍ତ୍ରୀ ଆଜି ଯେତେବେଳେ ବାରବାଙ୍କୀର ଆୱାଦ ଅଞ୍ଚଳର ଶୁଭ ଭୂମିରେ ପହଞ୍ଚିଛନ୍ତି ଏହା ବାରବାଙ୍କି, ମୋହନଲାଲଗଞ୍ଜ ଏବଂ ଉତ୍ତରପ୍ରଦେଶ ପାଇଁ ଏକ ସୁଯୋଗ ଅଟେ। ଆତ୍ମନିର୍ଭର ଏବଂ ବିକଶିତ ଭାରତ ପାଇଁ ଉତ୍ତରପ୍ରଦେଶରେ ସମସ୍ତ ୮୦ ଆସନରେ ବିଜେପିକୁ ଜିତାଇବାପାଇଁ ଯୋଗୀ ଭୋଟରମାନଙ୍କୁ କହିଛନ୍ତି। ବାରବାଙ୍କି ରାଲିରେ ଯୋଗୀ ଆଜି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ସରକାର ସମୟରେ ହୋଇଥିବା ଅରାଜକତା ପ୍ରସଙ୍ଗରେ ଯୋଗୀ ଆଜି ବର୍ଷିଛନ୍ତି। ଯୋଗୀ କହିଛନ୍ତି,. କଂଗ୍ରେସ ନେତା ରାହୁଲ ଗାନ୍ଧି ରାଏବରେଲିରୁ ଭୋଟ୍ ମାଗୂଛନ୍ତି କିନ୍ତୁ ତାଙ୍କୁ ପଡ଼ୋଶୀ ପାକିସ୍ତାନରୁ ସମର୍ଥନ ମିଳୁଛି। ରାହୁଲ ଏବଂ ପାକିସ୍ତାନ ମଧ୍ୟରେ ଥିବା ସଂଯୋଗକୁ ନେଇ ଯୋଗୀ ପ୍ରଶ୍ନ ଉଠାଇଛନ୍ତି। ଯୋଗୀ କହିଛନ୍ତି, ରାହୁଲ ରାଏବରେଲିରେ ଭୋଟ୍ ମାଗୁଛନ୍ତି କିନ୍ତୁ ତାଙ୍କୁ ପାକିସ୍ତାନରୁ ସମର୍ଥନ ମିଳୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button