ଖେଳ ଖବର

‌ହାଇଦ୍ରାବାଦ ପ୍ଲେଅଫ୍‌ରେ – Kalinga News

[ad_1]

ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ ଆଇପିଏଲ୍‌ ପ୍ଲେଅଫ୍ ଯୋଗ‌୍ୟତାକୁ ନିଶ୍ଚିତ କରିଛି। ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ ସମ୍ପୂର୍ଣ୍ଣ ଧୋଇଯିବାରୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଦଳ ଏହି ଯୋଗ୍ୟତାକୁ ବିନା ଖେଳରେ ଅର୍ଜନ କରିଛି। ୧୫ ପଏଣ୍ଟ ସହ ହାଇଦ୍ରାବାଦ ତୃତୀୟ ସ୍ଥାନରେ ପହଞ୍ଚିଛି। ଏବେ କେକେଆର୍‌, ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗକୁ ବଢ଼ିଯାଇଥିବା ବେଳେ ବଳକା ଏକମାତ୍ର ପ୍ଲେଅଫ୍‌ ସ୍ଥାନ ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲା ନିର୍ଣ୍ଣାୟକ ହେବାକୁ ଯାଉଛି। ଆର୍‌ସିବିକୁ ୧୮ ରନ୍ କିମ୍ବା ଅନ୍ୟୁନ ୨୦୦ ରନ୍ ପଶ୍ଚାତ୍‌ଧାବନକୁ ୧୮.୧ ଓଭରରେ କରିବାର ଅଛି। ଗୁରୁବାରର ଫଳାଫଳ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସକୁ ଆନୁଷ୍ଠାନିକ ଭାବେ ବିଦାୟ ଦେଇଛି। ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ର କ୍ଷୀଣ ସମ୍ଭାବନା ଥିବାରୁ ଏହି ଦଳ କେବଳ ଆନୁଷ୍ଠାନିକ ବିଦାୟ ଅପେକ୍ଷାରେ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button