ଫୋକସ୍ରେ ମୟୂରଭଞ୍ଜ: ୨୪ରେ ଆସୁଛନ୍ତି ନବୀନ, ୨୭ରେ ମୋଦୀ – Kalinga News

[ad_1]
ବାରିପଦା: ଜୁନ୍ ୧ରେ ମୟୂରଭଞ୍ଜ ଲୋକସଭା ସହ ୮ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଏଥିନିମନ୍ତେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୧୭ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନିର୍ବାଚନକୁ ମାତ୍ର ୨ ସପ୍ତାହ ବାକି ଥିବାରୁ ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟରଙ୍କ ଭରସା ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏଥର ଅଧିକାଂଶ ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେବାକୁ ଯାଉଛି। ଲୋକସଭା ଆସନରେ ବିଜେଡିର ସୁଦାମ ମାରାଣ୍ଡି ଓ ବିଜେପିର ନବଚରଣ ମାଝୀଙ୍କ ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ରେ ବିଧାନସଭା ନିର୍ବାଚନ ଜିତିଥିବା ଉଭୟ ନେତା ଏଥର ଦିଲ୍ଲୀ ଯିବା ଲକ୍ଷ୍ୟରେ ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବା ମୟୂରଭଞ୍ଜର ସମସ୍ତ ବିଧାନସଭା ଆସନ ଉପରେ ଦଳଗୁଡ଼ିକର ନଜର ରହିଛି। ଗତଥର ୮ରୁ ୬ଟି ଆସନରେ ବିଜୟ ହାସଲ କରିଥିଲା ବିଜେପି। ତେଣୁ ଏଥର ବିଜେପିର ବିଜୟ ରଥ ରୋକିବାକୁ ବିଜେଡି ଆପ୍ରାଣ ଉଦ୍ୟମ କରୁଛି। ଦଳର ନେତା ଓ କର୍ମୀଙ୍କୁ ବଳ ଦେବା ପାଇଁ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ସେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କ ଗସ୍ତକୁ ସଫଳ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଜୋର୍ସୋର୍ରେ ଲାଗିପଡ଼ିଛନ୍ତି। ଅନ୍ୟପଟେ ବିଜେଡିକୁ ଚେକ୍ ଦେବା ସହ ମୟୂରଭଞ୍ଜକୁ ନିଜର ଅଭେଦ୍ୟ ଗଡ଼ କରିବା ପାଇଁ ବିଜେପି ମଧ୍ୟ ଉଦ୍ୟମ ଚଳାଇଛି। ଏହାରି ମଧ୍ୟରେ କେନ୍ଦ୍ରୀୟ ନେତାମାନେ ମୟୂରଭଞ୍ଜରେ ଏକାଧିକ ରାଲି କରି ଫେରିଯାଇଛନ୍ତି। ଆଉ ଆସନ୍ତା ୨୭ ତାରିଖରେ ଆସୁଛନ୍ତି ଦଳର ମୁଖ୍ୟ ଚେହେରା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବା ସହ ରୋଡ୍ ସୋ’ କରିବେ। ସେହିପରି ୨୮ ଓ ୨୯ରେ ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବହୁ ହେଭିୱେଟ୍ ନେତା ମଧ୍ୟ ମୟୂରଭଞ୍ଜ ଆସି ପ୍ରଚାର କରିବେ ବୋଲି ଜଣାପଡ଼ିଛି।
[ad_2]